ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅସନ୍ତୋଷ ପରେ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ଇକାନା ଷ୍ଟାଡିୟମର ପିଚ୍ କ୍ୟୁରେଟର

31/01/2023 at 3:58 PM

ଲକ୍ଷ୍ନୌ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ୧-୧  ସମାନ ସ୍ଥିତିରେ ରହିଛି। ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ରବିବାର ଜାନୁଆରୀ ୨୯ରେ ଲକ୍ଷ୍ନୌରେ ଖେଳା ଯାଇଥିଲା। ତେବେ ଏହି ମୁକାବିଲା ପ୍ରଶଂସକ ଏବଂ ଦୁଇ ଦଳ ପାଇଁ ବହୁତ ନିରାଶଜନକ ରହିଥିଲା। ମ୍ୟାଚ୍‌ରେ କେବଳ ବୋଲରଙ୍କ ପ୍ରାଧ୍ୟାନ୍ୟ ହିଁ ଦେଖିବାକୁ ମିଳିଥିଲା।

ଏହି ମୁକାବିଲାରେ ଦୁଇ ଦଳ ପାଖାପାଖି ୧୦୦-୧୦୦ ରନ କରି ପାରିଥିଲେ। ଏପରିକି ମ୍ୟାଚ୍‌ରେ ଅଲୋଡା ରେକର୍ଡ ମଧ୍ୟ ସ୍ଥାପନ ହୋଇଛି। ପିଚ୍ ଏମିତି ଥିଲା ଯେ, ମ୍ୟାଚ୍‌ରେ ଗୋଟିଏ ହେଲେ ଛକା ଦେଖିବାକୁ ମିଳିନଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୦୦ ରନ ଟାର୍ଗେଟ୍ ଦେଇଥିଲା। ଜବାବରେ ଭାରତୀୟ ଦଳ ବହୁତ ମୁସ୍କିଲରେ ଲକ୍ଷ୍ୟର ପିଛା କରିବାରେ ସକ୍ଷମ  ହୋଇଥିଲା। ଶେଷ ଓଭରରେ ହିଁ ଭାରତ ୬ ଓ୍ଵିକେଟ୍‌ରେ ମ୍ୟାଚ୍ ଜିତିବାକୁ ସଫଳ ହୋଇଥିଲା।

ପିଚ୍‌କୁ ନେଇ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମ୍ୟାଚ୍ ପରେ ସେ କହିଥିଲେ, ସତ କହିବାକୁ ଗଲେ ଏହି ପିଚ୍ ବହୁତ ନିରାଶଜନକ ରହିଥିଲା। ମୋତେ ମୁସ୍କିଲ ପିଚ୍‌ରେ କୌଣସି ଫରକ ପଡେ ନାହିଁ, ମୁଁ ଏଥିପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ। ମାତ୍ର ଏହି ପିଚ୍ ଟି-୨୦ ପାଇଁ ଯୋଗ୍ୟ ନୁହେଁ। ଚାରିଆଡୁ ସମାଲୋଚିତ ହେବା ପରେ ଇକାନା ଷ୍ଟାଡିୟମ ପ୍ରବନ୍ଧକ ନିଷ୍ପତ୍ତି ନେଇ ପିଚ୍ କ୍ୟୁରେଟରଙ୍କୁ ହଟାଇ ଦେଇଛି।

ଭାରତରେ କୌଣସି ପ୍ରକାରର ଟି-୨୦ ମୁକାବିଲାରେ ଏହି ଧରଣର ପିଚ୍ ବହୁତ କମ୍ ଦେଖିବାକୁ ମିଳେ। ଯେଉଁଠାରେ ବ୍ୟାଟରଙ୍କୁ ଏକ ଏକ ରନ ପାଇଁ ସଂଘର୍ଷ କରିବାକୁ ପଡିଛି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଆଉ ଏକ ରେକର୍ଡ ପ୍ରତିଷ୍ଠା ହୋଇଛି। ଏହି ମ୍ୟାଚ୍‌ରେ ୨୩୯ ବଲ୍ ପଡିଥିଲେ ହେଁ ଗୋଟିଏ ବି ଛକା ହୋଇନଥିଲା। କୌଣସି ବି ଟି-୨୦ ମ୍ୟାଚ୍‌ରେ ଏହା ପଞ୍ଚମ ଘଟଣା ଯେଉଁଠି ଗୋଟିଏ ହେଲେ ଛକା ଦେଖିବାକୁ ମିଳିନାହିଁ। ଦ୍ଵିତୀୟ ଟି-୨୦ରେ ୧୬ ବ୍ୟାଟର ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ୧୮୩ ରନ କରିଛନ୍ତି। ପୂରା ମ୍ୟାଚ୍‌ରେ କେବଳ ୧୪ ବାଉଣ୍ଡରୀ ଦେଖିବାକୁ ମିଳିଛି।

ଏ ଖବର ପଢନ୍ତୁ- ଦିନେଶ କାର୍ତ୍ତିକଙ୍କ ବଡ ବୟାନ, ଯଦି ବିଶ୍ଵକପ୍‌ରେ ରୋହିତ ଶର୍ମା କିଛି କମାଲ୍ କରନ୍ତି, ତେବେ…

ଭାରତୀୟ ବୋଲିଂ ପ୍ରଶିକ୍ଷକ ପାରସ ମହାମ୍ଵ୍ରେ ପିଚ୍‌ର ଖୁବ୍ ସମାଲୋଚନା  କରିଥିଲେ। ସୂତ୍ର ମୁତାବକ ପିଚ୍ କ୍ୟୁରେଟର ଇକାନା ଷ୍ଟାଡିୟମରେ କଳା ମାଟିର ଦୁଇଟି ପିଚ୍ ପ୍ରସ୍ତୁତ କରିଥିଲେ। ମାତ୍ର ମ୍ୟାଚ୍‌ର କିଛି ଦିନ ପୂର୍ବେ ଭାରତୀୟ ଦଳ ପ୍ରବନ୍ଧକ ଲାଲ୍ ମାଟିର ପିଚ୍ ପ୍ରସ୍ତୁତ କରିବାକୁ କହିଥିଲେ। ତେଣୁ ପିଚ୍ ପ୍ରସ୍ତୁତ ପାଇଁ ସମୟ ବହୁତ କମ ଥିଲା। ଏହା ସତ୍ତ୍ଵେ ପିଚ୍ କ୍ୟୁରେଟର ତରବରିଆ ଭାବେ ଲାଲ ମାଟିରେ ପିଚ୍ ପ୍ରସ୍ତୁତ କରିଥିଲେ। ମାତ୍ର ଏହି ପିଚ୍ ସେହି ମାନଦଣ୍ଡର ନୁହେଁ, ଯେମିତି ଟି-୨୦ରେ ଖେଳାଯାଏ।

   Related Posts