ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିୟମ ଉଲ୍ଲଂଘନ କରି ଧରାପଡିଲେ ସପିଂ ମଲ୍ , ଚେତାବନୀ ଦେଇ ସଟର ପକାଇଲା ପ୍ରଶାସନ

17/03/2020 at 5:17 PM

ଯାଜପୁର ୧୭।୦୩: ଜିଲ୍ଲା ପ୍ରଶାସନର ନିୟମକୁ ବେଖାତିର କରିବା ପଡିଲା ମହଙ୍ଗା । ଯାଜପୁର ଜିଲ୍ଲା ବ୍ୟାସନଗରରେ ଥିବା ବିଭିନ୍ନ ସପିଂ ମଲ୍‌ ଗୁଡିକରେ ଚଢାଉ କରିଛି ପୋଲିସ । ରାଜ୍ୟ ସରକାରଙ୍କ ଓ ଜିଲ୍ଲା ପ୍ରଶାସନଙ୍କ ନିୟମକୁ ବେଖାତିର କରି ସପିଂ ମଲ୍‌ ଖୋଲିଥିଲେ । କରୋନା ମୁକାବିଲା ତଥା ପ୍ରତିଷେଧକ ଲାଗି  ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଥିଲା । କିନ୍ତୁ ନିୟମ ଉଲ୍ଲଂଘନ କରିଥିବାରୁ ପୋଲିସ ଚଢାଉ କରି ମଲ୍‌ ଗୁଡିକ ବନ୍ଦ କରିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସ୍ଥିତିକୁ ଦେଖି ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ଯାଜପୁରରେ ୧୪୪ଧାରା ଜାରି  କରାଯାଇଛି । ଯାଜପୁରରେ ମଧ୍ୟ ମଲ୍‌ ଗୁଡିକ ନଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ସୋମବାର ଦିନ ରାତି ସମୟରେ ବିଭିନ୍ନ ମଲ୍‌ ଖୋଲାହୋଇଥିବାର ଦେଖିବାକୁ ମିଳିଥିଲା ।

ଯାହାକି ପୋଲିସ ଶେଷରେ ଆସି ଚଢାଉ କରିଥିଲା । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍‌ ଆସି ଖୋଲାଥିବା ମଲ୍‌ଗୁଡିକୁ ବନ୍ଦ କରିଥିଲା । ମଲ୍‌ ସହ ଖୋଲାଥିବା ବଡ ଦୋକାନ ଗୁଡିକ ମଧ୍ୟ ବନ୍ଦ କରିଛି ପ୍ରଶାସନ । ଯଦି ଭବିଷ୍ୟତେ କେହି ନିୟମ ଉଲ୍ଲଂଘନ କରନ୍ତି । ତେବେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

   Related Posts