Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ରାଜଧାନୀରେ ଗାଡି ଚଳାଚଳକୁ ବିରୋଧ କଲେ କାର୍ଯ୍ୟାନୁଷ୍ଠାନ, ୧୧୨କୁ କଲ୍ କରି ସହଯୋଗ ନେଇପାରିବେ: ପୋଲିସ୍ କମିଶନର

14/03/2023 at 11:20 PM

ଭୁବନେଶ୍ଵର: ୧୦ ଦଫା ଦାବି ନେଇ ଆସନ୍ତାକାଲିଠୁ ରାଜ୍ୟରେ ଓଡିଶା ବସ୍ ମାଲିକ ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ। ଭୁବନେଶ୍ବରରେ କୌଣସି ବିରୋଧ କାର୍ଯ୍ୟକ୍ରମ କରିବୁ ନାହିଁ ବୋଲି ସଂଘ କହିଛି । ଅନ୍ୟପଟେ ରାଜଧାନୀରେ ଗାଡି ଚଳାଚଳକୁ ବିରୋଧ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। କୌଣସି ଅସୁବିଧାର ସମ୍ମୁଖୀନ ହେଲେ ୧୧୨କୁ କଲ କରି ସହଯୋଗ ନେଇପାରିବେ l

ଅନ୍ୟପକ୍ଷେ ଅନ୍ୟ ଜିଲ୍ଲାରେ କର୍ମୀ ମାନେ ତାଙ୍କ ମୁତାବକ ଧାରଣା ଦେବେ । ଭୁବନେଶ୍ବରରେ ଯଦି କୌଣସି ଲୋକେ ଆଇନ୍ ହାତକୁ ନେବେ ତେବେ ସଂଘ ତାହାର ବିରୋଧ କରିବା ସହ ପୋଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି ମଧ୍ୟ କରିବ ବୋଲି କୁହାଯାଇଛି । ଭୁବନେଶ୍ବରରେ କେବଳ ଷ୍ଟିୟରିଂ ଛାଡ଼ି ଶାନ୍ତିପୂର୍ଣ୍ଣ ଭାବେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବ ସଂଘ । ଗତକାଲି ୬ ଦଫା ଦାବି ନେଇ ମନ୍ତ୍ରୀଙ୍କ ସହ କଥା ହୋଇଥିଲା ସଂଘ। କିନ୍ତୁ କୌଣସି ସୁଫଳ ମିଳିନଥିବା ବେଳେ ଆଜି ମହାସଂଘକୁ ମନ୍ତ୍ରୀଙ୍କ ସହ କୌଣସି ବୈଠକ ପାଇଁ କୁହାଯାଇନାହିଁ ବୋଲି କହିଛି ମହାସଂଘ ।

ପୋଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି କଟକ ଭୁବନେଶ୍ୱରରେ ଗାଡି ଚଳାଚଳ ନେଇ ସନ୍ଦେହ ଜାତ ହୋଇଥିଲା l ଗାଡି ଚଳାଚଳ ନେଇ ବିରୋଧ କଲେ ଆନ୍ଦୋଳକାରୀଙ୍କ ଉପରେ ଆବଶ୍ୟକ ସ୍ଥଳେ ନିଆଯିବ କାର୍ଯ୍ୟାନୁଷ୍ଠାନl ଜନସାଧାରଣ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ କମିଶନରେଟ ପୋଲିସ ସଜାଗ ରହିଛି l କୌଣସି ଅସୁବିଧାର ସମ୍ମୁଖୀନ ହେଲେ ୧୧୨କୁ କଲ କରି ସହଯୋଗ ନେଇପାରିବେ l ପରୀକ୍ଷାର୍ଥୀ, ବିମାନଯାତ୍ରୀ, ରେଳଯାତ୍ରୀ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ପୋଲିସ ସଜାଗ ରହିବ l ଭୁବନେଶ୍ୱର ରେ ଅତିରିକ୍ତ ସୁରକ୍ଷା ଦାଇତ୍ୱରେ ୧୫ ପୋଲିସ ଫୋର୍ସ ୪୦ ଅଫିସର ମୁତୟନ ରହିବେ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କ ହିଛନ୍ତି, ଡ୍ରାଇଭର  ସଂଘ ସହ ଆଲୋଚନାକୁ ଆମେ ଗୁରୁତର ସହ ନେଉଛୁ । ଡ୍ରାଇଭରଙ୍କ ପାଇଁ ଆମେ ସକରାତ୍ମକ ଚିନ୍ତାଧାରା ରଖିଛୁ। ମୁଖ୍ୟମନ୍ତ୍ରୀ ପଜିଟିଭ ଚିନ୍ତା ରଖିବେ।ଦୁଇ ବର୍ଷ କୋଭିଡ ପରେ ପିଲାମାନେ ମ୍ୟାଟ୍ରିକ୍ ପରୀକ୍ଷା ଦେଉଛନ୍ତି। ମୁଁ ଡ୍ରାଇଭର ମାନଙ୍କୁ ଅନୁରୋଧ କରୁଛି ପରୀକ୍ଷାର୍ଥୀଙ୍କ କୌଣସି ଅସୁବିଧା ନହେବା ପାଇଁ । ସାଧାରଣ ଜନଜୀବନ ଯେମିତି କୈାଣସି ଅସୁବିଧା ନହୁଏ । ଦାବିକୁ ଗୁରୁତର ସହ ନେଇ ବିଚାର କରିବୁ।

   Related Posts