AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଜୈଶ୍‌ର ଆତଙ୍କୀ କମାଣ୍ଡର ଉପରେ ଆକ୍ସନ, ଜମ୍ମୁ-କାଶ୍ମୀରରେ ଥିବା ଘର ଉପରେ ଚାଲିଲା ବୁଲ୍‌ଡୋଜର

10/12/2022 at 7:49 PM

ଶ୍ରୀନଗର, ୧୦/୧୨: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଆତଙ୍କୀ କମାଣ୍ଡର ଆଶିକ ନୈଗରୁ ଉପରେ ଆକ୍ସନ । ଜାମ୍ମୁ-କାଶ୍ମୀର ସ୍ଥିତ ଆଶିକର ଘର ଉପରେ ପୁଲୱାମା ଜିଲ୍ଲା ପ୍ରଶାସନ ଶନିବାର ବୁଲ୍‌ଡୋଜର ଚଢ଼ାଇ ଭାଙ୍ଗିଛି । ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି । ଅଶିକ୍‌ର ଦୁଇ ମହଲା ଘର ରାଜପୁରା ଅନ୍ତର୍ଗତ ନ୍ୟୁ କଲୋନୀରେ ସରକାରୀ ସ୍ଥାନରେ ନିର୍ମାଣ ହୋଇଥିଲା । ଯାହାକୁ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ ।

ପୋଲିସ୍‌ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ଆଶିକ୍‌ର ଘରକୁ ଧ୍ୱଂସ କରିଛି । ଆଶିକ୍‌ ଜୈଶ୍‌ର କମାଣ୍ଡର ଥିବା ପୋଲିସ୍‌କୁ ସୂଚନା ମିଳିଥିଲା । ସେ  ୨୦୧୯ରେ ପୁଲ୍‌ୱାମାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍‌ ବଳ ଉପରେ ହୋଇଥିବା ଆଟାକ୍‌ରେ ଜଡ଼ିତ ରହିଥିଲା । ଏହି ମାମଲାରେ ୪୦ ଯବାନ୍‌ ସହୀଦ୍‌ ହୋଇଥିଲେ । ସେହି ବର୍ଷ ଏପ୍ରିଲ୍‌ରେ କେନ୍ଦ୍ର ସରକାର ଆଶିକ୍‌କୁ ଆତଙ୍କବାଦୀ ବୋଲି ଘୋଷଣା କରିଥିଲେ ।

ଏକ ଅଧିସୂଚନା ଜାରି କରି କେନ୍ଦ୍ର ଗୃହମନ୍ତ୍ରାଳୟ ଆଶିକ୍‌କୁ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ୍‌ ଥିବା ଏବଂ ଜାମ୍ମୁ-କାଶ୍ମୀର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଏକାଠି କରୁଥିବା କହିଥିଲା । ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଥିଲା ଯେ ସେ ଏକ ସିଣ୍ଡିକେଟ୍‌ ଚଳାଉଛି । ସେ ପାକିସ୍ତାନରୁ ରିମୋଟ୍‌ କଣ୍ଟ୍ରୋଲ୍‌ ମାଧ୍ୟମରେ ଜାମ୍ମୁ-କାଶ୍ମୀରରେ ଆତଙ୍କୀ କାର୍ଯ୍ୟ କରାଇବା ଅଭିଯାନରେ ଲାଗିପଡ଼ିଛି । ଏହାରି ମଧ୍ୟରେ ଆତଙ୍କବାଦୀ ସଂଗଠନ ଦ ରେଜିଷ୍ଟେନ୍ସ ଫୋର୍ସ ଆଶିକ୍‌ର ଘର ଭାଙ୍ଗିବାକୁ ବିରୋଧ କରିଛି ।  

   Related Posts