ଲେଭାନା ସୁଇଟ୍ସ ହୋଟେଲ୍ ଅଗ୍ନିକାଣ୍ଡ ଘଟଣା: ୧୯ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ୧୫ ନିଲମ୍ବିତ
11/09/2022 at 8:58 AM

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ସେପ୍ଟେମ୍ବର ୫ ତାରିଖରେ ଘଟିଥିବା ଲେଭାନା ସୁଇଟ୍ସ ହୋଟେଲ୍ ଅଗ୍ନିକାଣ୍ଡ ଘଟଣାରେ ୧୯ ଅଫିସର ବିରୋଧରେ ପଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶ ସରକାର। ସେଥିମଧ୍ୟରୁ ସୁରକ୍ଷାରେ କୋହଳ ଯୋଗୁ ୧୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ଶନିବାର ରାତିରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଉତ୍ତର ପ୍ରଦେଶ ସରକାର। ସେପ୍ଟେମ୍ବର ୫ ତାରିଖରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ଜୀବନ ଯାଇଥିଲା। ଏକାଧିକ ଆହତ ହୋଇଥିଲେ।
କେବଳ ସେତିକି ନୁହେଁ ପୂର୍ବ ନିୟମ ଅନୁସାର ଅବସରପ୍ରାପ୍ତ ଅଫିସରଙ୍କର ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି। କିଛି ଫାୟାର ଅଫିସରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଏହି କମିଟି ତଦନ୍ତ କରି ୧୯ ଜଣଙ୍କ ବିରୋଧରେ ଅନିୟମିତ ଓ ଅବହେଳା କରିଥିବା ରିପୋର୍ଟରେ ଦର୍ଶାଇଛି। ରିପୋର୍ଟ ପାଇବା ପରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ନୌ ପୁଲିସ କମିଶନର ଏସ୍ବି ଶିରଦକାର ଏବଂ ଡିଭିଜୋନାଲ କମିଶନର ରୋଶନ ଜାକୋବ ସୂଚନା ଦେଇଛନ୍ତି।
ଘଟଣାରେ ଗୃହମନ୍ତ୍ରାଳୟ ବିଭାଗର କର୍ମଚାରୀ, ଶକ୍ତି ବିଭାଗ ଅଫିସର, ନିଯୁକ୍ତି ଓ ପୁଲିସ ଅଫିସର ବିଭାଗ, ଗୃହ ଓ ସହରୀକରଣ ଯୋଜନା ବିଭାଗ ଓ ଅବକାରୀ ବିବାଘରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରବକ୍ତା କହିଛନ୍ତି।