ଏସିଆନ୍ ଚାମ୍ପିୟନ ଟ୍ରଫି ଫାଇନାଲରେ ଭାରତ, ସେମିରେ ଜାପାନକୁ ୫-୦ ଗୋଲରେ ଦେଲା ମାତ୍

Published By : Prameya-News7 Bureau | August 11, 2023 IST

ନୂଆଦିଲ୍ଲୀ: ଏସିଆନ ଚାମ୍ପିୟନ ଟ୍ରଫି ୨୦୨୩ର ସେମିଫାଇନାଲରେ ବଡ଼ ବିଜୟ ସହ ଫାଇନାଲରେ ପ୍ରବେଶ କରିଛି ଭାରତ । ଆୟୋଜକ ଟିମ୍ ଏବଂ ଜାପାନ ମଧ୍ୟରେ ଶୁକ୍ରବାର ଚେନ୍ନାଇର ମେୟର ରାଧାକୃଷ୍ଣନ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଇଥିଲା । ପ୍ରାୟ ୮ ହଜାରରୁ ଅଧିକ ଦର୍ଶକଙ୍କ ମଧ୍ୟରେ ଭାରତୀୟ ଟିମ୍ ଜାପାନକୁ ଏକତରଫା ପରାସ୍ତ କରିଛି । ନକଆଉଟ୍ ମ୍ୟାଚରେ ଜାପାନକୁ ୫-୦ରେ ହରାଇ ଟାଇଟଲ୍ ବିଜୟୀ ହେବା ପାଇଁ ଦାବିଦାରୀ ହୋଇଛି । ଭାରତୀୟ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଛି । ଲିଗ୍ ପର୍ଯ୍ୟାୟରେ ଜାପାନ ସହ ମ୍ୟାଚ୍ ଡ୍ର ରହିଥିଲା । କିନ୍ତୁ ସେମିଫାଇନାଲରେ ଭାରତ ଏକତରଫା ବିଜୟ ହାସଲ କରିଛି । ଫାଇନାଲରେ ହରମନପ୍ରୀତଙ୍କ ନେତୃତ୍ୱରେ ଟିମ୍ ମାଲେସିଆ ସହ ଟାଇଟଲ ମୁକାବିଲା ଖେଳିବ ।

ପଢନ୍ତୁ: କ୍ରିକେଟ ଇତିହାସରେ ପ୍ରଥମ, ଭାରତ ଜର୍ସିରେ ଲେଖାଯିବ ପାକିସ୍ତାନ

ମୁକିବାଲରେ ପ୍ରଥମ କ୍ୱାର୍ଟରରେ କୌଣସି ଟିମ୍ ପରସ୍ପର ବିରୋଧରେ ଗୋଲ୍ ଦେଇପାରି ନଥିଲେ। କିନ୍ତୁ ଦ୍ୱିତୀୟ କ୍ୱାର୍ଟରରେ ଭାରତ ପ୍ରଥମ ଗୋଲ ଦେଇଥିଲା । ମ୍ୟାଚର ୧୯ତମ ମିନିଟରେ ଆକାଶଦୀପ ପ୍ରଥମ ଗୋଲ କରିଥିଲେ । ଏହାର କିଛି ମିନିଟ୍ ପରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା ଏବଂ ହରମନପ୍ରୀତ ଗୋଲ କରି ଟିମକୁ ୨-୦ରେ ଆଗୁଆ କରିଥିଲେ । ଏହାପରେ ପୁଣି ଏକ ଗୋଲ ଦେଇ ଭାରତ ମ୍ୟାଚର ପ୍ରଥମାର୍ଦ୍ଧ ଯାଏ ୩-୦ରେ ଆଗକୁ ରହିଥିଲା ।

wp:html /wp:html

ଭାରତର ଚତୁର୍ଥ ଗୋଲ ୩୯ତମ ମିନିଟରେ ଆସିଥିଲା । ମନପୀତ୍ ସିଂଙ୍କ ଆସିଷ୍ଟରେ ଭାରତ ପାଇଁ ଏହି ଗୋଲ କରିଥିଲେ ସୁମିତ୍ । ଭାରତ ପାଇଁ ଶେଷ ଗୋଲ୍ କରିଥିଲେ ଲୋକାଲ୍ ବୟ୍ କାର୍ଥୀ ସେଲଭ । କାର୍ଥୀ ଫିଲ୍ଡ ଗୋଲ କରି ବ୍ୟବଧାନକୁ ୫-୦ କରିଥିଲେ । ଅନ୍ୟପଟେ ଜାପାନ ଟିମ ଥରେ ବି ବଲକୁ ନେଟ୍ସରେ ପହଞ୍ଚାଇବାରେ ସଫଳ ହୋଇନଥିଲା । ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ଭାରତ ଏବଂ ମାଲେସିଆ ମଧ୍ୟରେ ଆସନ୍ତାକାଲି ଅଗଷ୍ଟ ୧୨ରେ ରାତି ୮.୩୦ରେ ଖେଳାଯିବ।

Also Read: Asia Cup 2023, ଖୁବଶୀଘ୍ର ଟିମ୍‌ ଘୋଷଣା କରିବ ବିସିସିଆଇ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.