ଅଡୁଆରେ ଜିଲ୍ଲା ଯୋଗାଣ ଅଧିକାରୀ, ଟାଉନଥାନାରେ ଏତଲା ଦେଲେ ଏସିଏସଓ

Published By : Prameya-News7 Bureau | August 10, 2022 IST

ବଲାଙ୍ଗୀର ୧୦/୦୮: ବଲାଙ୍ଗୀର ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ମିର୍ ରାଜା ଅଲ୍ଲି ଅଡୁଆରେ । ଶାରୀରିକ ନିର୍ଯାତନା ଓ ଦୂର୍ବ୍ୟବହାର ନେଇ ଟାଉନ ଥାନାରେ ଅଭିଯୋଗ କଲେ ଏ.ସି.ଏସ.ଓ ପୁଷ୍ପଲତା ଦାସ । ଗତ ୬ତାରିଖରେ ପୁଷ୍ପଲତା ଜିଲ୍ଲାପାଳଙ୍କ ପାଖରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ।

ଜିଲ୍ଲାପାଳ ଆକ୍ସନ ନ ନେବାରୁ ବଲାଙ୍ଗୀର ଟାଉନ୍ ଥାନାରେ ଏତଲା ଦେଇଛନ୍ତି ପୁଷ୍ପଲତା । ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିବା କହିଛନ୍ତି । ତେବେ ଏନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ପଚାରିବାରୁ ଅଭିଯୋଗର ତଦନ୍ତ କରୁଛି ଲୋକାଲ ଅଭିଯୋଗ ତଦନ୍ତକାରୀ କମିଟି ବୋଲି ସେ କହିଛନ୍ତି । ତଦନ୍ତ ଚାଲିଥିବା ବେଳେ ସେ କାହିଁକି ଥାନାରେ ଅଭିଯୋଗ କଲେ ସେନେଇ ସେ ଜାଣିନଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.