ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ

Published By : Prameya-News7 Bureau | August 19, 2020 IST

ସୋର୧୯/୮:  ଅଜଣା ଗାଡିରେ ଧକ୍କାରେ ୨ ବୁଲେଟ ଆରୋହୀଙ୍କ ମୃତ୍ୟୁ। ୧୬ନଂ ଜାତୀୟ ରାଜପଥ ବିଦୁର ପେଟ୍ରୋଲ ପମ୍ପ ଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ମୃତକ ହେଲେ ବାଲେଶ୍ଵର ଜିଲ୍ଲା ସୋର ଥାନା ଦାଣ୍ଡହରିପୁର ଆରୁହା ଗ୍ରାମର ସୁଦର୍ଶନ ମହାନା ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୋଲିସ୍ ପହଁଞ୍ଚି ମୃତଦେହକୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।  ସୁଦର୍ଶନ ବାହାନଗା କଲେଜର କ୍ଲର୍କ ଭାବେ କାର୍ଯ୍ୟ କରନ୍ତି। ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.