ମହିଳାଙ୍କୁ ଏସିଡ୍ ମାଡ କରି ଦୁର୍ବୃତ୍ତ ଫେରାର, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଟାକ୍ ସନ୍ଦେହ

Published By : Prameya-News7 Bureau | July 13, 2022 IST

ଆଠଗଡ଼ ୧୩।୭: ମହିଳାଙ୍କୁ ଏସିଡ୍ ମାଡ । ଏସିଡ୍ ମାଡ କରି ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ସାନପାଟଣାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ସାନପାଟଣାରେ ଜଣେ ମହିଳାଙ୍କୁ ଏସିଡ୍ ମାଡ ହୋଇଛି । ଫଳରେ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି । ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏସିଡ୍ ମାଡ କରି ଦୁର୍ବୃତ୍ତ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଗୋଟିଏ ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସିଥିଲେ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ଏସିଡ୍ ମାଡ ହୋଇଥିବା ସନ୍ଦେହ କରାଯାଉଛି । ଦୁର୍ବୃତ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନଭିନ୍ କରୁଛି ତିଗିରିଆ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.