ବଦଳିବ କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନାମ , ଖୋଲିବ ନୂଆ କ୍ୟାନ୍ସର କୋର୍ସ: ମାଷ୍ଟର ପ୍ଲାନ୍ ପାଇଁ ଟାଟା ଟ୍ରଷ୍ଟକୁ ଦିଆଯାଇଛି ଦାୟିତ୍ବ

Published By : Prameya-News7 Bureau | January 11, 2019 IST

କଟକ ୧୧|୧: ବଦଳିବ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନାମ । ଆଚାର୍ଯ୍ୟ ହରିହର ରିଜିଓନାଲ୍ କ୍ୟାନସର ସେଣ୍ଟର ଭାବେ ପରିଚତ ଏହି ମେଡିକାଲ୍‌ର କଳେବର ବୃଦ୍ଧି କରାଯାଇ ଆଚାର୍ଯ୍ୟ ହରିହର ପିଜି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ କ୍ୟାନ୍‌ସର ନାଁରେ ନାମିତ କରାଯିବ । ଏହି କର୍କଟ କେନ୍ଦ୍ର ପାଖରେ ଥିବା ଶିଳ୍ପ ବିଭାଗର ୪ ଏକର ଜାଗାକୁ  ହସ୍ପିଟାଲ ପାଇଁ  ଦେବାକୁ ରାଜି ହୋଇଛନ୍ତି ସରକାର । ନୂଆ କରି କିଛିଟା କ୍ୟାନ୍‌ସର କୋର୍ସ ଖୋଲିବା ପରେ କର୍କଟ ଚିକିତ୍ସା କ୍ଷେତ୍ରରେ ରୋଗୀମାନେ ଉପକୃତ ହେବା ସହ ନୂଆ ଡାକ୍ତର ବାହାରିବାର ସମ୍ଭାବନା ସୃଷ୍ଟି ହେବ ।

କଟକରେ ରହିଥିବା ରାଜ୍ୟର ସର୍ବବୃହତ କର୍କଟ କେନ୍ଦ୍ରର ହେବ ନବକଳେବର । ଆଚାର୍ଯ୍ୟ ହରିହର ରିଜିଓନାଲ୍ କ୍ୟାନ୍‌ସର ସେଣ୍ଟର ଭାବେ ପରିଚତ ଏହି ମେଡିକାଲ୍‌ର ନାଁ ବଦଳାଇ ଏହାକୁ ଆଚାର୍ଯ୍ୟ ହରିହର ପିଜି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ କ୍ୟାନ୍‌ସର ନାଁରେ ନାମିତ କରାଯିବ । ଏହି କର୍କଟ କେନ୍ଦ୍ର ପାଖରେ ରହିଥିବା ଶିଳ୍ପ ବିଭାଗର ୪ ଏକର ଜାଗାକୁ ହସ୍ପିଟାଲର କଳେବର ବୃଦ୍ଧି ପାଇଁ ଯୋଗାଇ ଦେବାକୁ ରାଜି ହୋଇଛନ୍ତି ସରକାର । ଏହି ସ୍ଥାନରେ କର୍କଟ ଚିକିତ୍ସା ପାଇଁ ଭିତ୍ତିଭୂମି ନିର୍ମାଣ କରାଯିବ । ମାଷ୍ଟର ପ୍ଲାନ୍‌ ପାଇଁ ଟାଟା ଟ୍ରଷ୍ଟକୁ କୁହାଯାଇଥିବା ସୂଚନା ମିଳିଛି ।

{"id":72769}

ପୂର୍ବରୁ ଆଚାର୍ଯ୍ୟ ହରିହର କର୍କଟ ସେଣ୍ଟରରେ ସର୍ଜିକାଲ୍ ଓ ଗାଇନୋକୋଲଜି ବିଭାଗର ପିଜି ପାଠ୍ୟକ୍ରମ ଚାଲୁଥିଲା । ଏବେ ଏଠାରେ ପାଥୋଲୋଜି, ଆନାସ୍ଥେସିଆ ଓ ମେଡିକାଲ୍ ଫିଜିକ୍ସରେ ମଧ୍ୟ ପିଜି କୋର୍ସ ଖୋଲାଯିବ । ରାଜ୍ୟରେ କର୍କଟ ରୋଗ ପାଇଁ ଅଧିକ ଡାକ୍ତରଙ୍କ ଆବଶ୍ୟକତା ରହିଥିବାରୁ ସ୍ବତନ୍ତ୍ର ଭାବରେ ଏହି କୋର୍ସରେ ଡାକ୍ତରୀ ଛାତ୍ରଛାତ୍ରୀ ପାଠ ପଢି ପାରିବେ ବୋଲି କହିଛନ୍ତି କର୍କଟ କେନ୍ଦ୍ର ନିର୍ଦ୍ଦେଶକ । କର୍କଟ କେନ୍ଦ୍ରର ସମ୍ପ୍ରସାରଣ ହେଲେ ଅନେକ ରୋଗୀ ଉପକୃତ ହେବା ସହ କର୍କଟ ରୋଗ ଉପରେ ଗବେଷଣା କରିବାର ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି , ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦେଶକଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀ ।

 ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ବାଇ-ଲ ପରିବର୍ତ୍ତନ କରାଯାଇ ନୂଆ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ଯାହାକୁ ଭବିଷ୍ୟତରେ କାର୍ଯ୍ୟକାରୀ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.