previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ଏମଡି ପଦବୀରୁ ଇସ୍ତଫା ଦେଲେ ଆଚାର୍ଯ୍ୟ ବାଳକୃଷ୍ଣ: ରାମଦେବ ବାବାଙ୍କ ସାନ ଭାଇ ହେଲେ ନୂଆ ଏମଡି

20/08/2020 at 2:50 PM

ନୂଆଦିଲ୍ଲୀ ୨୦/୦୮ : ଗତ ବର୍ଷ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ରୁଚି ସୋୟାକୁ କିଣିଥିଲେ | ସେତେବେଳେ ବାଳକୃଷ୍ଣ ରୁଚି ସୋୟାର ଏମଡି ପଦବୀ ଦିଆଯାଇଥିଲା | ଆଚାର୍ଯ୍ୟ ବାଳକୃଷ୍ଣ ଏମଡି ପଦବୀରୁ ଇସ୍ତଫା ଦେଇଥିବା କମ୍ପାନୀ ଘୋଷଣା କରିଛି | ବୁଧବାର ଦିନ କମ୍ପାନୀ ଜୁନ ତ୍ରୟମାସର ଫଳାଫଳ ଘୋଷଣା କରିଥିଲା | ଏହି ସମୟରେ କମ୍ପାନୀର ଲାଭ ୧୩ ପ୍ରତିଶତ ହ୍ରାସ ପାଇ ୧୨.୨୫ କୋଟି ଟଙ୍କା ଥିଲା ଯାହା ବର୍ଷେ ପୂର୍ବରୁ ୧୪.୦୧ କୋଟି ଟଙ୍କା ଥିଲା |  

ଜୁନ ତ୍ରୟମାସରେ କମ୍ପାନୀର ମୋଟ ଆୟ ହ୍ରାସ ପାଇ ୩୦୫୭.୧୫ କୋଟି ଟଙ୍କା ହୋଇଥିଲା ଯାହା ଗତ ବର୍ଷ ଜୁନ ତ୍ରୟମାସରେ ୩୨୨୫.୬୫ କୋଟି ଟଙ୍କା ଥିଲା | କମ୍ପାନୀର ଏକ ନିୟାମକ ସୂଚନାରେ କୁହାଯାଇଛି ଯେ ଆଚାର୍ଯ୍ୟ ବାଳକୃଷ୍ଣ ନିଜ ବ୍ୟବସ୍ଥା କାରଣରୁ ଏମଡି ପଦବୀରୁ ଇସ୍ତଫା ଦେଇଛନ୍ତି | ବୋର୍ଡ ଅଫ ଡାଇରେକ୍ଟର୍ସ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି |

ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ନନ- ଏକଜିକ୍ୟୁଟିଭ ନନ-ଇଣ୍ଡିପେଣ୍ଡେଣ୍ଟ ଡ଼ାଇରେକ୍ଟର କରାଯାଇଛି ଯାହା ଅଗଷ୍ଟ ୧୯ ତାରିଖକୁ ଲାଗୁ ହୋଇଛି | ସେ ବୋର୍ଡର ଚେୟାରମ୍ୟାନ ରହିବେ | କମ୍ପାନୀର ପୂର୍ଣକାଳୀନ ନିର୍ଦେଶକ ରାମ ଭରତଙ୍କୁ କମ୍ପାନୀର ନୂଆ ଏମଡି କରାଯାଇଛି | ରାମ ଭରତ ବାବା ରାମଦେବଙ୍କ ସାନ ଭାଇ | ବୁଧବାର ଦିନ ତାଙ୍କୁ ଏମଡି ପଦବୀରେ ନିଯୁକ୍ତ କରାଯାଇଛି | ପତଞ୍ଜଳି ଗ୍ରୁପ ଅସମର୍ଥ ପ୍ରକ୍ରିୟାରେ ରୁଚି ସୋୟାକୁ କିଣିଥିଲେ | ରୁଚି ସୋୟା ଖାଇବା ତେଲ ପ୍ରସ୍ତୁତ କରୁଥିଲା |

   Related Posts