ପତଞ୍ଜଳୀ ଯୋଗପୀଠର ମହାମନ୍ତ୍ରୀ ଆଚାର୍ଯ୍ୟ ବାଳକୃଷ୍ଣ ଗୁରୁତର, ଏମସ୍‌ରେ ଭର୍ତ୍ତି

Published By : Prameya-News7 Bureau | August 23, 2019 IST

ଋଷିକେଶ୍‌ – ପତଞ୍ଜଳୀ ଯୋଗପୀଠର ମହାମନ୍ତ୍ରୀ ତଥା ପତଞ୍ଜଳୀ କମ୍ପାନୀର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଛି ।  ହଠାତ୍‌ ସେ ଚେତାଶୂନ୍ୟ ହେବାରୁ ତାଙ୍କୁ ହରିଦ୍ୱାରର ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଋଷିକେଶ୍‌ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କର ଚିକିତ୍ସା ଚାଲିଛି । କେଉଁ କାରଣରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେଲା ତାହା ଜଣା ପଡିନାହିଁ । ଯୋଗଗୁରୁ ରାମଦେବ ଏବେ ସେଠାରେ ଉପସ୍ଥିତ ଅଛନ୍ତି ।

 ପତଞ୍ଜଳୀର କର୍ମକର୍ତ୍ତା ବିମଳ କୁମାରଙ୍କ ଅନୁସାରେ ତାଙ୍କର ଗ୍ୟାସ ଯୋଗୁଁ (ଅମ୍ଳ) ସ୍ୱାସ୍ଥ୍ୟବସ୍ଥା ବିଗିଡିଛି । ହେଲେ ଅନ୍ୟ କେତେଜଣ ତାଙ୍କୁ ହାର୍ଟ ଆଟାକ ଆସିଥିବା କଥା କହିଛନ୍ତି ।

ବିଶ୍ୱର ୧୦ ଜଣ ପ୍ରଭାବଶାଳୀ ଲୋକଙ୍କ ମଧ୍ୟରେ ଆଚାର୍ଯ୍ୟ ବାଳକୃଷ୍ଣଙ୍କର ନାମ ରହିଛି ।ପ୍ରାକୃତିକ ଚିକିତ୍ସା ପାଇଁ ତାଙ୍କୁ ଜିନିଭା ୟୁଏନ୍‌ଏସ୍‌ଡିଜି ହେଲଥ୍‌କେୟାର ପୁରସ୍କାର ମିଳିଛି ।

ଜେନଭାରେ ସେ ସଂସ୍କୃତରେ ପୁରା ଭାଷଣ  ଦେଇଥିଲେ । ଆର୍ୟୁବେଦ ଓ ଯୋଗ କ୍ଷେତ୍ରରେ ଅନୁସନ୍ଧାନ କରି ତାଙ୍କୁ ଅନେର ସଫଳତା ହାସଲ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.