ନା ମୂର୍ତ୍ତି ନା ଶିବଲିଙ୍ଗ: ଏହି ମନ୍ଦିରରେ ପୂଜାପାଏ ଭଗବାନ ଶିବଙ୍କ ଗୋଡ ଆଙ୍ଗୁଠି

Published By : Prameya-News7 Bureau | October 04, 2021 IST

ମାଉଣ୍ଟ ଆବୁ ୦୪/୧୦ : ଆପଣ ଅନେକ ଶିବ ମନ୍ଦିରର ମହତ୍ତ୍ୱ ବିଷୟରେ ଶୁଣିଥିବେ। ଏମିତି ଅନେକ ଶିବ ମନ୍ଦିର ଓ ଶିବଲିଙ୍ଗ ଦର୍ଶନ ମଧ୍ୟ କରିଥିବେ ଯାହାର ମହିମା ଅନେକ। ଭାରତରେ ଭଗବାନ ଶିବଙ୍କ ଏମିତି ଏକ ମନ୍ଦିର ଅଛି ଶିବଙ୍କ ଗୋଡ ଆଙ୍ଗୁଠି ପୂଜା ପାଏ। ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ କିନ୍ତୁ ଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଶିବଙ୍କ ଆଙ୍ଗୁଠିକୁ ପୂଜା କରାଯାଏ।

{"id":522271,"sizeSlug":"full","linkDestination":"none"}

ରାଜସ୍ଥାନ ମାଉଣ୍ଟ ଆବୁରେ ସ୍ଥାପିତ ଅଚଳେଶ୍ୱର ମହାଦେବ ମନ୍ଦିରରେ ଭଗବାନ ଶିବଙ୍କ ଡାହାଣ ଗୋଡ ଆଙ୍ଗୁଠି ପୂଜା କରାଯାଏ। ଏହି ମନ୍ଦିର ମାଉଣ୍ଟ ଆବୁରୁ ୧୧ କିଲୋମିଟର ଦୂର ଉତ୍ତର ଅଚଳଗଡ ପାହାଡ ଉପରେ ଅବସ୍ଥିତ। ଏହା ପ୍ରଥମ ମନ୍ଦିର ଯେଉଁଠି ଭଗବାନ ଶିବଙ୍କ ମୂର୍ତ୍ତି କିମ୍ବା ଶିବଲିଙ୍ଗ ପୂଜା କରାଯାଏ ନାହିଁ ବରଂ ଶିବଙ୍କ ଆଙ୍ଗୁଠି ପୂଜା କରାଯାଏ। ଏହି ବିଶାଳ ପର୍ବତ ଶିବଙ୍କ ଆଙ୍ଗୁଠି ପାଇଁ ହିଁ ଏବେ ସୁଦ୍ଧା ସୁରକ୍ଷିତ ଅଛି ବୋଲି କୁହାଯାଏ। ଶିବଙ୍କ ଆଙ୍ଗୁଠି ନଥିଲେ ଏହି ପାହାଡ ନଷ୍ଟ ହୋଇଯାଇଥାନ୍ତା ବୋଲି ଲୋକେ ବିଶ୍ୱାସ କରନ୍ତି।

{"id":522272,"sizeSlug":"full","linkDestination":"none"}

ମାଉଣ୍ଟ ଆବୁର ଅଚଳେଶ୍ୱର ମନ୍ଦିରର ଏକ ପୌରାଣିକ କଥା ଅଛି। କଥା ଅନୁଯାୟୀ, ଥରେ ଅର୍ବୁଦ ପର୍ବତରେ ସ୍ଥିତ ନନ୍ଦୀବର୍ଦ୍ଧନ ହଲିବାକୁ ଲାଗିଲା। ସେତେବେଳେ ପର୍ବତରେ ନନ୍ଦୀ ମଧ୍ୟ ଥିଲେ। ପର୍ବତ ହଲିବା କାରଣରୁ ହିମାଳୟରେ ତପସ୍ୟା କରୁଥିବା ଶିବଙ୍କ ତପସ୍ୟାରେ ବିଘ୍ନ  ଘଟିଥିଲା ଓ ତାଙ୍କ ତପସ୍ୟା ଭଙ୍ଗ ହୋଇଥିଲା। ନନ୍ଦୀଙ୍କୁ ବନ୍ଚିଵାକୁ ଶିବ ହିମାଳୟରୁ ହିଁ ନିଜ ଆଙ୍ଗୁଠିକୁ ଅର୍ବୁଦ ପର୍ବତ ଯାଏଁ ପହଞ୍ଚାଇଦେଲେ ଓ ପର୍ବତକୁ ହଲିବାରେ ଅଟକାଇ ସ୍ଥିର କରିଦେଲେ।

{"id":522273,"sizeSlug":"full","linkDestination":"none"}

ସେଥିପାଇଁ ଅର୍ବୁଦ ପର୍ବତକୁ ଶିବଙ୍କ ଆଙ୍ଗୁଠି ଟେକି ରଖିଛି। ସେବେଠାରୁ ଏହି ମନ୍ଦିରରେ ଶିବଙ୍କ ଆଙ୍ଗୁଠି ପୂଜା କରାଯାଏ। ଏହା ବହୁତ ପ୍ରାଚୀନ ମନ୍ଦିର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.