LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାଜନୈତିକ ଶତୃତାରୁ ଗର୍ଜିଲା ବନ୍ଧୁକ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି

26/03/2023 at 1:04 PM

ପୁରୁଷୋତ୍ତମପୁର ୨୬/୦୩: ଗାଁ ଭିତରେ ଗର୍ଜିଲା ବନ୍ଧୁକ। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି। ଏପରି ଅପରାଧିକ ଘଟଣା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସିକୁଳା ଗାଁରେ ଘଟିଛି। ଗୁଳିମାଡ଼ର ଶୀକାର ଯୁବକଙ୍କ ପରିଚୟ ନିରପରଞ୍ଜନ ମହାରଣା।

ଖବର ଅନୁସାରେ, ନିରଞ୍ଜନ ତାଙ୍କ ଘର ଆଗରେ ବସିଥିବା ବେଳେ ବାଇକରେ ୫ ଯୁବକ ଆସି ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ଗୁଳିମାଡ କରିଥିଲେ। ସେମାନେ  ନିରଞ୍ଜନଙ୍କ ପେଟକୁ ଗୁଳି କରିବା ବେଳେ ଖଣ୍ଡାରେ ତାଙ୍କ  ହାତକୁ ମଧ୍ୟ ଆକ୍ରମଣ କରିଛନ୍ତି।

ନିରଞ୍ଜନଙ୍କୁ ଅଭିଯୁକ୍ତମାନେ ଦୁଇ ରାଉଣ୍ଡ ଗୁଳିକରିଥିବା ସୂଚନା। ଗୁରୁତର ଭାବେ ତାଙ୍କୁ ଏବେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି କରି ଗୁଳିମାଡ଼ ଓ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଆହତଙ୍କ ସମ୍ପର୍କୀୟ ଭାଇ।

   Related Posts