ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
5/01/2023 at 6:15 PM

ଫୁଲବାଣୀ: ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ଛଅ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ହେଉଛି ଦାରିଙ୍ଗବାଡି ଥାନା ପର୍ତୁମାହା ଗ୍ରାମର ଲିପୁନ୍ ନାୟକ(୨୪)।
ସୂଚନା ଅନୁସାରେ ପୀଡିତା ବାପାଙ୍କ ସହ ୨୦୧୭ ଜୁନ ୨୮ ସନ୍ଧ୍ୟା ୬ଟାରେ ପର୍ତୁମାହା ଠାରୁ କେର୍କେବାଡିକୁ ଫେରୁଥିଲେ। ବାପା ଶାରୀରିକ ଅକ୍ଷମ ବ୍ୟକ୍ତି ହୋଇ ଥିବାରୁ ପୀଡିତା ୩୦୦ ମିଟର ଆଗରେ ଯାଉଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କ ବାପା ଶାରୀରିକ ଅକ୍ଷମ ଯୋଗୁଁ ଝିଅକୁ ଉଦ୍ଧାର କରି ନ ପାରି ଗାଆଁ ଲୋକ ମାନଙ୍କୁ ଖବର ଦେଇଥିଲେ। ଏହା ପରେ ଗାଁ ଲୋକ ନାବାଳିକାଙ୍କୁ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରିଥିଲେ।
ଏ ସଂକ୍ରାନ୍ତରେ ପୀଡିତାଙ୍କ ବାପା ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଥାନାଧିକାରୀ ୮୫/୩୦.୦୬.୨୦୧୮ ରେ ମାମଲା ରୁଜ୍ଜୁ କରି, ଅଭିଯୁକ୍ତ ମାନଙ୍କୁ ଅଦାଲତରେ ହାଜର କରିଥିଲେ। ମାମଲାରେ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ଆଜି ମାମଲାର ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି ।