ନାବାଳକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ, ଛେଳି ଗଛ ଖାଇଦେବାରୁ ଠେଙ୍ଗାରେ ପିଟି କରିଥିଲା ହତ୍ୟା

Published By : Prameya-News7 Bureau | December 16, 2020 IST

ରାଇରଙ୍ଗପୁର ୧୬।୧୨: ବାଡ଼ିରେ ଲଗାଇଥିବା ବିଲାତି ଗଛ ଛେଳି ଖାଇବେବାରୁ ଛେଳି ଚରାଳି ନାବାଳକକୁ ପିଟି ପିଟି ହତ୍ୟା କରିବା ପରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ।

ସୂଚନାଯୋଗ୍ୟ ଯେ, ଗତ ଶନିବାର ବାଦାମପାହାଡ଼ ଥାନା ବାସାଘୁଟୁ-ତୁନ୍ତିପାଣି ଗ୍ରାମ ରାସ୍ତା କଡରେ ନାବାଳକର ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଏହା ହତ୍ୟାକାଣ୍ଡ ସନ୍ଦେହ କରି ତଦନ୍ତ ଜାରି ରଖିଥିଲା। ମୃତ ନାବାଳକ ଦଶରଥ ହେମ୍ବ୍ରମ ତିନି ଜଣ ସାଙ୍ଗ ସହିତ ଛେଳି ଚରାଇବାକୁ ଯାଇ ନିଖୋଜ ହୋଇ ଯାଇଥିଲା। ତିନି ଦିନ ପରେ ମୃତଦେହ ଠାବ ହୋଇଥିଲା । ମୃତ ଦଶରଥର ସାଙ୍ଗମାନଙ୍କ ବୟାନକୁ ଭିତ୍ତି କରି ପୋଲିସ ବାସାଘୁଟୁ ଗ୍ରାମର ଲାଲମୋହନ ତିରିଆ ନାମକ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚାଷ କରିଥିବା ବିଲାତି ଗଛ ଛେଳି ଖାଇଦେବାରୁ ରାଗରେ ଠେଙ୍ଗାରେ ପିଟି ପିଟି ଦଶରଥକୁ ହତ୍ୟା କରିଥିବା ସ୍ବୀକାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.