Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ସାଙ୍ଗ ବାହାଘର ଭୋଜିରୁ ଫେରିବା ବେଳେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା, ଅଭିଯୁକ୍ତ ଗିରଫ

5/07/2022 at 6:09 PM

ଭଦ୍ରକ, ୦୫।୦୭: ସାଙ୍ଗ ବାହାଘର ଭୋଜିରୁ ଫେରିବା ବେଳେ ପିଟିପିଟି ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଭୋଜିରେ ମାଂସ ଖାଇବା ଓ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ହୋଇଥିବା ନେଇ ପୋଲିସ ସ୍ପଷ୍ଟ କରିଛି  । ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବିଜେଗଙ୍ଗାଧରପୁର ଗାଁରେ ବିଦ୍ୟାଧର ମାଝୀଙ୍କୁ ହତ୍ୟା କରାଯାଇଥିଲା । ସାଙ୍ଗ ବାହାଘର ଭୋଜି ଖାଇ ଫେରିବା ବେଳେ ଅଭିଯୁକ୍ତ ତାଙ୍କୁ ବାଉଁଶରେ ପିଟି ପିଟି ହତ୍ୟା କରଥିଲା । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଆଦିତ୍ୟ ରାଉତକୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ।

ପୁରୁଣା ବିବାଦ ସହ ଭୋଜିରେ ସମ୍ପୃକ୍ତ ଯୁବକ ମାଂସ ଖାଇବାକୁ ନେଇ ଝଗଡା ହୋଇଥିଲା । ପରେ ଅଭିଯୁକ୍ତ ଗାଁ ମୁଣ୍ଡରେ ଜଗି ରହିଥିଲା । ବିଦ୍ୟାଧର ଆସିବା ବେଳେ ଅତର୍କିତ ଭାବେ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟ ହୋଇଥିଲା । ତେବେ ଅଭିଯୁକ୍ତ ଆଦିତ୍ୟ ରାଉତକୁ ତିହିଡି ଥାନା ମନ୍ଦାର ମାଳ ଗାଁରୁ ଗିରଫ କରାଯାଇଛି ।

   Related Posts