ବିଶ୍ଵାସରେ ବିଷ: ପୁରୀ ବୁଲାଇ ନେଲେ, ଆପତ୍ତିଜନକ ଭିଡିଓ କରି ଭାଇରାଲ୍ କଲେ, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 09, 2022 IST

ଦେବଗଡ: ବିଶ୍ବାସରେ ବିଷ ଦେଲା ସାଙ୍ଗ । ସାଥି ହୋଇ ପୁରୀ ବୁଲିବାକୁ ଗଲେ, ଆଉ ସେଠାରେ ପାନୀୟରେ ନିଶା ଦେଇ ଆପତ୍ତିଜନକ ଭିଡିଓ ଉତ୍ତୋଳନ କରି ବ୍ଲାକ ମେଲିଂ କରି ଭିଡିଓ ଭାଇରାଲ କଲେ। ଏନେଇ ପୋଲିସ ପାଖରେ ଅଭିଯୋଗ ପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ଜଣକୁ ଗିରଫ କରାଯାଇଛି।

ଦେବଗଡ ଆଦର୍ଶ ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ଅଭିଯୋଗକାରିଣୀ ଛାତ୍ରୀ ଦେବଗଡ କଲେଜରେ ଯୁକ୍ତ ତିନି ପାଠ ପଢୁଥିବା ବେଳେ ରାଧାରାଣୀ ନାମକ ଏକ ପ୍ରାଇଭେଟ ମେସରେ ରହୁଥିଲେ । ସେହି ମେସରେ ରହୁଥିବା ଅନ୍ୟ ଜଣେ ଯୁବତୀ ଜଲି ସାହୁଙ୍କ ସହ ତାଙ୍କ ର ବନ୍ଧୁତା ଗଢି ଉଠିଥିଲା । ପରେ ସଂପୃକ୍ତ ଯୁବତୀଙ୍କ ପୁରୁଷ ବନ୍ଧୁ ଅନିଲ ସାହୁ ସହ ମିଶି ସମସ୍ତେ ପୁରୀ ବୁଲିବାକୁ ଯିବା ପାଇଁ ଯୋଜନା କରିଥିଲେ ।

{"id":693904,"sizeSlug":"full","linkDestination":"none"}

ପୁରୀ ପହଞ୍ଚିବା ପରେ ପୂର୍ବ ଯୋଜନା ମୁତାବକ ଅନିଲ ଙ୍କ ଜଣେ ସାଙ୍ଗ ଜିତେନ କୁମାର ସାହୁ ମଧ୍ୟ ଯାଇଥିଲେ। ଚାରିଜଣ ଯାକ ପୁରୀରେ ଏକ ହୋଟେଲରେ ରହିଥିବା ବେଳେ ସେମାନେ ଚକ୍ରାନ୍ତ କରି ଛାତ୍ରୀ ଜଣକୁ ମୃଦୁ ପାନୀୟରେ ନିଶା ଦେଇ ତାଙ୍କର ଆପତ୍ତିଜନକ ଭିଡିଓ ଉତ୍ତୋଳନ କରିଥିଲେ। ପରବର୍ତ୍ତୀ ସମୟରେ ମୁଖ୍ୟ ଅଭିଯୁକ୍ତ ଜିତେନ କୁମାର ସାହୁ ଆପତ୍ତିଜନକ ଭିଡିଓକୁ ଛାତ୍ରୀ ଙ୍କ ପରିବାର ପାଖକୁ ପଠାଇବା ସହ ତାଙ୍କ ସହ ବିବାହ କରିଦେବା ପାଇଁ କିମ୍ବା ଏକ ଲକ୍ଷ ଟଙ୍କା ଦେବା ପାଇଁ ବ୍ଲାକ ମେଲିଂ କରିଥିଲା।

ଛାତ୍ରୀଙ୍କ ପରିବାର ଯୁବକଙ୍କ ଦାବି ନଶୁଣିବାରୁ ସେ ଆପତ୍ତିଜନକ ଭିଡିଓକୁ ସାଧାରଣରେ ଭାଇରାଲ କରିଦେଇଥିଲା। ଏନେଇ ଛାତ୍ରୀ ଜଣଙ୍କ ଦେବଗଡ ଆଦର୍ଶ ଥାନାରେ ଲିଖିତ  ଅଭିଯୋଗ କରିଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯିବା ସହ ମୁଖ୍ୟ ଅଭିଯୁକ୍ତ ଜିତେନ କୁମାର ସାହୁକୁ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଅଞ୍ଚଳରୁ ଗିରଫ କରାଯାଇଛି। ଛାତ୍ରୀଙ୍କ ବାନ୍ଧବୀ ଜଲି ସାହୁ ଓ ତାଙ୍କ ପୁରୁଷ ବନ୍ଧୁ ଅନୀଲ ସାହୁଙ୍କୁ ପୋଲିସ ପକ୍ଷରୁ ଖୋଜାଖୋଜି ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.