ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ; ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୋଲିସ
26/05/2023 at 11:00 PM

ଖୋର୍ଦ୍ଧା ୨୬/୦୫: ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୭ ଲକ୍ଷ୨୮ ହଜାର ଟଙ୍କା ନେଇ ଫେରାର ହେଲେ ଅଭିଯୁକ୍ତ। ଏପରି ଅପରାଧିକ ଘଟଣା ଖୋର୍ଦ୍ଧା ଜିଲ୍ଲା ସାମନ୍ତପୁର ଛକରେ ଦେଖିବାକୁ ମିଳିଛି। ଏନେଇ ଫାଇନାନ୍ସ କମ୍ପାନୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଶୁକ୍ରବାର ଅପରାହ୍ଣ ସାଢ଼େ ତିନିଟା ସମୟରେ ଏପରି କାଣ୍ଡ ଭିଆଇଛନ୍ତି ୨ ଅଭିଯୁକ୍ତ। ଏନେଇ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।

ଖବର ଅନୁସାରେ, ନବୀନାବାଗରେ ଥିବା ଏକ ଫାଇନାନ୍ସ କମ୍ପାନୀ ମ୍ଯାନେଜର ଓ ତାଙ୍କ ସହଯୋଗୀଙ୍କ ସହିତ ଟଙ୍କା ଡିପୋଜିଟ ପାଇଁ ବ୍ଯାଙ୍କ ଅଫ ଇଣ୍ଡିଆ ଶାଖାକୁ ଯାଉଥିଲେ। ଏହି ସମୟରେ କଳା ପଲ୍ସର୍ରେ ଦୁଇ ଅଭିଯୁକ୍ତ ସେମାନଙ୍କୁ ପିଛା କରି ତାଙ୍କ ଠାରୁ ୭ ଲକ୍ଷ ୨୮ ହଜାର ଟଙ୍କା ଥିବା ବ୍ୟାଗ୍ରୁ ତାଙ୍କ ଠାରୁ ଛଡ଼ାଇ ସେଠାରୁ ଫେରାର ହୋଇଯାଇଥିଲେ।