ଲକ୍ଷେ ୪୦ ହଜାର ଲୁଟି ଦୁର୍ବୃତ୍ତ ଚମ୍ପଟ; ତନାଘନା ଆରମ୍ଭ
28/12/2022 at 6:20 PM

ପାଟଣା ୨୮/୧୨: କେନ୍ଦୁଝର ଜିଲ୍ଲା ପାଟଣା ବଜାରରୁ ଦିନ ଦ୍ବିପ୍ରହର ଲୁଟେରା ଲୁଟିନେଲେ ୧ଲକ୍ଷ ୪୦ ହଜାର ଟଙ୍କା। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି l ଖବର ଅନୁସାରେ ଘଟଗାଁ ଥାନା ଧୋବାପିଟଣା ଗାଁର ଅନିଲ କୁମାର ପଲେଈ ବୁଧବାର ଅପରାହ୍ଣରେ ଷ୍ଟେଟ ବ୍ୟାଙ୍କରୁ ଏକଲକ୍ଷ ୪୦ ହଜାର ଟଙ୍କା ନେଇ ବାଇକରେ ଦୁର୍ଗାପୁର ଯାଉଥିଲେ।
ସେହି ସମୟେରେ ୨ ଜଣ ଦୁର୍ବୁତ୍ତ ଆପାଚି ବାଇକ୍ରେ ଆସି ବାଇକ ପଛରେ ଥିବା ଅନିଲଙ୍କ ହାତରୁ ଟଙ୍କା ଭର୍ତ୍ତି ପଲିଥିନକୁ ଝାମ୍ପି ନେଇଛନ୍ତି। ଏନେଇ ପାଟଣା ଥାନାରେ ଅଭିଯୋଗ ପରେ ପୋଲିସ ୨୭୦/୨୨ରେ ଗୋଟିଏ ମାମଲା ରୁଜୁ କରି ଲୁଟେରାଙ୍କୁ ଧରିବାକୁ ଛାନଭିନ୍ ଆରମ୍ଭ କରିଛିl
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023