ବନ୍ଧୁକ ଦେଖାଇ ହତ୍ୟା ଧମକ; ଲକ୍ଷେ ୨୫ ହଜାର ଲୁଟିନେଲେ ଦୁର୍ବୃତ୍ତ
7/12/2022 at 4:31 PM

ଆଠମଲ୍ଲିକ ୦୭/୧୨: ଆଠମଲ୍ଲିକ ଶରଧାମୁଣ୍ଡା ଗାଁ ପାଖରେ ସଶସ୍ତ୍ର ଡକାୟତି। ୧ ଲକ୍ଷ ୨୫ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବଇଣ୍ଡା ଏସବିଆଇ ବ୍ୟାଙ୍କରୁ ବ୍ୟବସାୟି ଜୟ କୁମାର ସାହୁ ବୁଧବାର କୌଣସି କାମ ପାଇଁ ଟଙ୍କା ଉଠାଇଥିଲେ। ପରେ ସେ ଟଙ୍କା ନେଇ ବାଇକରେ ଯିବାବେଳେ ଶରଧାମୁଣ୍ଡା ଗାଁ ପାଖରେ ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ।
ଡକାୟତମାନେ ବାଇକ ଅଟକାଇ ତାଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇ ଟଙ୍କା ମାଗିଥିଲେ। ବ୍ୟବସାୟି ତାଙ୍କ ପାଖେ ଟଙ୍କା ନାହିଁ କହିବାରୁ ଅଭିଯୁକ୍ତମାନେ ତାଙ୍କ ପକେଟ୍ରେ ହାତ ମାରିଥିଲେ। ପରେ ଗାଡ଼ି ଡିକିରୁ ଥିବା ୧ଲକ୍ଷ ୨୫ ହଜାର ଟଙ୍କା ନେଇ ଘଟଣାସ୍ଥଳରୁ ଗାଏଭ ହୋଇଯାଇଥିଲେ। ଏହି ଅପରାଧିକ କାମରେ ୨ ଅଭିଯୁକ୍ତ ସାମିଲ ଥିବା ଜୟକୁମାର କହିଛନ୍ତି।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023