ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1/02/2023 at 4:50 PM

କଣ୍ଟାବାଞ୍ଜି ୦୧/୦୨: ପୁଣି ସକ୍ରିୟ ଗାଡ଼ି ଡିକି ଲୁଟେରା। ବୁଧବାର ଦ୍ୱିପ୍ରହରେ ଜଣେ ବ୍ୟକ୍ତିଙ୍କ ଠାରୁ ୧ଲକ୍ଷ ୪୦ ହଜାର ଟଙ୍କା ଲୁଟି ଲୁଟେରା ଫେରାର। କଣ୍ଟାବାଞ୍ଜି ସହର ଅଧୀନ ବଙ୍ଗୋମୁଣ୍ଡା ଅଞ୍ଚଳରେ ଏପରି ଅପରାଧିକ ଘଟଣା ଦେଖିବାକୁ ମିଳିଛି। ଲୁଟ୍ର ଶୀକାର ହୋଇଥିହା ବ୍ୟକ୍ତିଙ୍କ ପରିଚୟ ସନ୍ୟାସୀ ପଟ୍ଟନାୟକ। ସେ କଣ୍ଟାବାଞ୍ଜିର ଏକ ବ୍ୟବସାୟୀଙ୍କ ପାଖରେ କାମ କରନ୍ତି।

ଖବର ଅନୁସାରେ, ସେ ବୁଧବାର ଟଙ୍କା ସଂଗ୍ରହ କରିବାକୁ ବଙ୍ଗୋମୁଣ୍ଡା ଆସିଥିଲେ। ସେଠାରେ ଜଗନ୍ନାଥ ମନ୍ଦିର ପାଖରେ ଥିବା ଏକ ଦୋକାନକୁ ଯାଉଥିଲେ। ଏହି ସମୟରେ ତାଙ୍କୁ ପିଛା କରୁଥିବା ଅଭିଯୁକ୍ତମାନେ ଟଙ୍କା ବ୍ୟାଗକୁ ଗାଡ଼ିରୁ ଡ଼ିକିରୁ ନେଇ ଫେରାର ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଧରିବାକୁ ଚେଷ୍ଠାକରି ମଧ୍ୟ ବିଫଳ ହୋଇଥିଲେ। ଏନେଇ ସନ୍ୟାସୀ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପାଇ ପୋଲିସ ଏହାର ଛାନଭିନ୍ ଆରମ୍ଭ କରିଛି।