ଟ୍ରେନ୍ରେ ନିଶା ଦେଇ ଦମ୍ପତ୍ତିଙ୍କ ଠାରୁ ଲୁଟ୍; ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତି
24/01/2023 at 5:52 PM

ପୁରୀ ୨୪/୦୧: ପୁରୀ ରେଳ ଷ୍ଟେସନ୍ରେ ଦିନକୁ ଦିନ ଲୁଟେରାମାନଙ୍କର ଆତଙ୍କରାଜ ବଢ଼ିଚାଲିଛି। ରେଳ ସୁରକ୍ଷା ବଳ (ଆର୍ପିଏଫ୍) ଓ ରେଳବାଇ ପୋଲିସ୍ (ଜିଆର୍ପି)କୁ ଚକମା ଦେଇ ଯାତ୍ରୀଙ୍କଠାରୁ ଲୁଟିନେଉଛନ୍ତି ଟଙ୍କା ସହିତ ମୂଲ୍ୟବାନ୍ ସାମଗ୍ରୀ। ଯାତ୍ରୀମାନଙ୍କୁ ଖାଦ୍ୟରେ ନିଶା ଦ୍ରବ୍ୟ ଦେଇ ସେମାନେ ଲୁଟ୍ କରୁଥିବା ଅଭିଯୋଗ ହେଉଛି। ସେହିପରି ମଙ୍ଗଳବାର ମଧ୍ୟ ଜଣେ ଦମ୍ପତ୍ତି ଏପରି ଲୁଟ୍ର ଶୀକାର ହୋଇଛନ୍ତି।

ଖବର ଅନୁସାରେ, ମଙ୍ଗଳବାର ପୁରୁଷୋତ୍ତମ ଏକ୍ସପ୍ରେସରେ ଦମ୍ପତିଙ୍କୁ ନିଶା ଦେଇ ଲୁଟେରାମାନେ ଲୁଟ୍ କରିଛନ୍ତି। ଲୁଟ୍ର ଶିକାର ହୋଇଥିବା ଦମ୍ପତିଙ୍କ ପରିଚୟ କୁନି ମଲ୍ଲ ଓ ହେମନ୍ତ ମଲ୍ଲ। ସେ ଜଗତସିଂହପୁର ଜିଲ୍ଲା ଜନାର୍ଦନପୁରର ବାସିନ୍ଦା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଏବେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ଆରପିଏଫ ଓ ଜିଆରପି ପକ୍ଷରୁ ତଦନ୍ତ ଆରମ୍ଭ କରାଇଛି। ଏହି ଦମ୍ପତି ଦିଲ୍ଲୀରୁ କଟକ ଫେରିବା ବେଳେ ଲୁଟର ଶିକାର ହୋଇଥିବା ଜଣାପଡିଛି।