ଘରେ ପଶି ଟଙ୍କା ଓ ସୁନା ଗହଣା ଲୁଟିଲେ ଦୁର୍ବୃତ୍ତ
11/01/2023 at 11:23 PM

ଗଜପତି ୧୧/୦୧: ଘରେ କେହି ନଥିବାବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଏପରି ଘଟଣା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ରାଣୀପଦ୍ମାବତୀ ସାହିରେ ଦେଖିବାକୁ ମିଳିଛି। ସେଠାରେ ଥିବା ରଞ୍ଜନ ମଲ୍ଲିକଙ୍କ ଘରୁ ଲୁଟେରାମାନେ ୧୦ ହଜାର ଟଙ୍କା ସହିତ ସୁନା ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଛି।
ଖବର ଅନୁସାରେ, ରଞ୍ଜନଙ୍କ ଘରେ ସନ୍ଧ୍ୟାବେଳେ କେହି ନଥିବା ବେଳେ ଦୁର୍ବୃତ୍ତମାନେ ତାଲାଭାଙ୍ଗି ତାଙ୍କ ଘରେ ପଶିଥିଲେ। ଘର ଭିତରେ ଥିବା ୩ଟି ଆଲମିରା ତାଡ଼ି ସୁନା ଅଳଙ୍କାର ଓ ନଗଦ ୧୦ ହଜାର ଟଙ୍କା ଚୋରି କରିନେଇଛନ୍ତି। ପରେ ରଞ୍ଜନ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ଏହି ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023