ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3/02/2023 at 11:06 PM

ଭଦ୍ରକ ୦୩/୦୨: ବାଇକ ଡ଼ିକି ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଭଦ୍ରକ ଟାଉନ ଥାନା ଅଧୀନ ଚରମ୍ପାରେ ଥିବା ଏଟିଏମ କାଉଣ୍ଟର ଆଗରେ ଏପରି ଲୁଟ୍ ହୋଇଥିବା ଜଣାପଡ଼ିଛି। ଖବର ଅନୁସାରେ ଶଶିକାନ୍ତ ପୃଷ୍ଟି ନାମକ ଜଣେ ବ୍ୟବସାୟୀ ବାଇକ ରଖି ଏଟିଏମକୁ ଯାଇଥିଲେ।

କିନ୍ତୁ ଏଟିଏମରୁ ଆସିବା ପରେ ତାଙ୍କ ଗାଡି ଡ଼ିକିରେ ଥିବା ୪୦ ହଜାର ଟଙ୍କା, ୩୯ ଗ୍ରାମ ଓଜନର ସୁନା ଅଳଙ୍କାର ନଥିବା ଦଖିଥିଲେ। ତାଙ୍କ ବାଇକ୍ ଡିକି ଭାଙ୍ଗି ଟଙ୍କା ସହ ସୁନା ଅଳଙ୍କାର ଦୁର୍ବୃତ୍ତମାନେ ଚୋରି କରିଥିବା ସେ କହିଛନ୍ତି। ଏନେଇ ଶଶିକାନ୍ତ ଭଦ୍ରକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Related Posts
ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ
26 March 2023