ବନ୍ଧୁକ ଦେଖାଇ ଲୁଟ୍: ମନିପର୍ସ ଓ ସୁନାଚେନ୍ ନେଇ ୩ ଦୁର୍ବୃତ୍ତ ଫେରାର
21/01/2023 at 9:44 PM

ଉଦଳା ୨୧/୦୧: ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ଲୁଟ। ରାଜ ରାସ୍ତାରେ ଗାଡ଼ି ଅଟକାଇ ମୁଣ୍ଡରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ମନିପର୍ସ ସହିତ ସୁନାଚେନ। ଏଭଳି ଘଟଣା ଉଦଳା ଥାନା ବରବାଡ଼ି କେନାଲ ଛକ ପାଖରେ ଦେଖିବାକୁ ମିଳିଛି। ଖବର ଅନୁସାରେ ବଡ଼ସାହି ଅଞ୍ଚଳର ତପନ କୁମାର ରାଉତ ଉଦଳା-ରାଢୋ ରାସ୍ତାରେ ଯିବାବେଳେ ତାଙ୍କୁ ତିନି ଜଣ ଯୁବକ ଅଟକାଇଥିଲେ।

ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ଠାରୁ ୧୩ ଗ୍ରାମର ସୁନାଚେନ, ଦୁଇ ଗୋଟି ମୋବାଇଲ, ବାଇକ ଚାବି, ପର୍ସ ଲୁଟିନେଇ ସେଠାରୁ କଳା ପଲ୍ସର୍ରେ ଫେରାର ହୋଇଯାଇଥିଲେ। ଏନେଇ ତପନ ଉଦଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିବା କରିଛି।
Related Posts
STF ପଞ୍ଜାରେ ନକଲି ନୋଟ ବ୍ୟବସାୟୀ, ଜବତ ହେଲା ୩୧ ଲକ୍ଷରୁ ଅଧିକ ଟଙ୍କା
3 February 2023