ବାଇକ୍ ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
22/12/2022 at 9:34 PM

ନିଶ୍ଚିନ୍ତକୋଇଲି ୨୨/୧୨: ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତ ଲୁଟିନେଲେ ଟଙ୍କା। ବାଇକ୍ ଡିକି ଭାଙ୍ଗି ଅଭିଯୁକ୍ତ ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣା ପଡ଼ିଛି। ଏପରି ଅପରାଧିକ ଘଟଣା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଦେଖିବାକୁ ମିଳିଛି। ଖବର ଅନୁସାରେ, ଗତକାଲି ବା ବୁଧବାର ଦ୍ୱିପହର ବେଳେ ଅଜୟ ପୃଷ୍ଟିଙ୍କ ସାଲେପୁର ଷ୍ଟେଟ ବ୍ୟାଙ୍କ ଶାଖାରୁ ୪ ଲକ୍ଷ ଟଙ୍କା ଉଠାଇଥିଲେ। ପରେ ତାକୁ ବାଇକ୍ ଡିକିରେ ରଖି ଘରକୁ ଫେରୁଥିଲେ।
ପରେ ସେ ନିଶ୍ଚିନ୍ତକୋଇଲି ବଜାରରେ ବାଇକ୍ ରଖି ଏକ ଦୋକାନକୁ ଯାଇଥିଲେ। ସେହି ସମୟରେ ଦୁର୍ବୁତ୍ତ ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଏନେଇ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ ହୋଇଛି। ପୋଲିସ ସାଲେପୁର ଷ୍ଟେଟ ବ୍ୟାଙ୍କ ଏବଂ ସ୍ଥାନୀୟ ଦୋକାନୀଙ୍କ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର ପାଇ ପାରିନି। ନିଶ୍ଚିନ୍ତକୋଇଲି ପୋଲିସ ଅଭିଯୋଗ ନମ୍ୱର ୨୧୭/୨୦୨୨ ମୂଳେ ମାମଲା ରୁଜୁ କରି ତଦନ୍ତ କରୁଛି।