ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27/01/2023 at 6:55 PM

ବାଲିପାଟଣା ୨୭/୦୧: ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଆଲମାରୀରେ ଥିବା ୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ନେଇ ଚୋର ଫେରାର ହୋଇ ଯାଇଛନ୍ତି । ଏପରି ଅପରାଧିକ ଘଟଣା ବାଲିପାଟଣା ଥାନା ପୁରୋହିତପୁର ଗାଁର ଚରଣ ନାୟକଙ୍କ ଘରେ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଚରଣ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ବାଲିପାଟଣା ପୋଲିସ୍ ତଦନ୍ତ ଆରମ୍ଭ କରିଛି।
ଖବର ଅନୁସାରେ ଗୁରୁବାର ଗତକାଲି ରାତିରେ ଚରଣଙ୍କ ପରିବାର ଖିଆପିଆ କରି ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଚୋରମାନେ ଘରେ ପଶି ଲୁହା ଆଲମାରୀ ଖୋଲି ସମସ୍ତ ସୁନା ଏବଂ ରୂପା ଅଳଙ୍କାର ଚୋରୀ କରି ନେଇଥିବା ଚରଣ କହିଛନ୍ତି। ସେହି ଘରେ ପରିବାରର ୨ ଜଣ ମଧ୍ୟ ଶୋଇଥିଲେ ସେପଟେ ଗାଁରେ ଲାଗିଥିବା ସିସିଟିଭି କ୍ୟାମେରାରେ ୨ ଯୁବକ ମୁହଁରେ କପଡା ବାନ୍ଧି ଯିବାର ଦୃଶ୍ୟ ରେକର୍ଡ ହୋଇଛି। ଏହି ୨ ସନ୍ଦିଗ୍ଧ ଯୁବକ ଚୋର ହୋଇଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ଆଖ ପାଖରେ ଲଗାଯାଇଥିବା ସିସିଟିଭି ଫୁଟେଜ୍କୁ ମଧ୍ୟ ପୋଲିସ ଯାଞ୍ଚ କରୁଥିବା ଜଣାପଡ଼ିଛି।