ସିରିଜ୍ ଲୁଟ୍: ୨ଟି ଘରୁ ୧୦ ଲକ୍ଷ ଟଙ୍କାର ଗହଣା ଲୁଟିଲେ ଦୁର୍ବୃତ୍ତ
26/12/2022 at 7:25 PM

ସୋର ୨୬/୧୨: ଗୋଟିଏ ରାତିରେ ୨ଟି ଘରୁ ୧୦ଲକ୍ଷ ଟଙ୍କାର ସୁନା ଗହଣା ଚୋରିl ବାଲେଶ୍ଵର ଜିଲ୍ଲା ସୋର ପୌରାଞ୍ଚଳରେ ଏପରି ଅପରାଧିକ ଘଟଣା ସାମ୍ନାକୁ ଆସିଛି। ସେଠାରେ ଥିବା ବଢ଼େଇ ସାହି ଓ ଅନ୍ନପୁର୍ଣ୍ଣା ରାଇସ ମିଲ୍ର ୨ଟି ପରିବାରରୁ ଚୋରି ହୋଇଛିl
ଖବର ଅନୁସାରେ, ଅନ୍ନପୂର୍ଣ୍ଣl ରାଇସ ମିଲର ବାପୁ ନାୟକଙ୍କ ପରିବାର ଅନୁପସ୍ଥିତି ସୁଯୋଗ ନେଇ ରାତିରେ ତାଙ୍କ କବାଟ ଭାଙ୍ଗି ଚୋରମାନେ ୧୦ ଲକ୍ଷ ଟଙ୍କlର ଗହଣା ଲୁଟି ନେଇଛନ୍ତି। ସେହି ଘର ଉପର ତାଲାରେ ରୁହୁଥିବା ଲୋକ ପୋଲିସକୁ ଖବର ଦେଇ ପାଟିତୁଣ୍ଡ କରିବାରୁ ଚୋରମାନେ ଫେରାର ହୋଇଯାଇଛନ୍ତିl
ସେହି ରାତିରେ ପାଖରେ ଥିବା ବାଢେଇସାହି ଗାଁର ସରୋଜିନୀ ବେହେରାଙ୍କ ଘରୁ ସୁଯୋଗ ଚୋର ଲୁଟେରାମାନେ ୬ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି। ସୋର ପୋଲିସ ସନ୍ଧାନି କୁକୁର ନେଇ ତଦନ୍ତ ଆରମ୍ଭ କରିଥିଲେ ବି, ଅଭିଯୁକ୍ତଙ୍କ ଟେର୍ ଟେର ମିଳିନି