ଅଭିଯୋଗ କରିବାକୁ ଆସୁଥିଲେ, ଥାନା ସାମ୍ନାରେ ମହିଳାଙ୍କୁ ହତ୍ୟା କରି ଫେରାର ହେଲା ଅଭିଯୁକ୍ତ

Published By : Prameya-News7 Bureau | January 19, 2022 IST

ସମ୍ବଲପୁର ୧୯।୦୧ : ହତ୍ୟା ସେ ପୁଣି ଅନ୍ୟ କୌଣସି ସ୍ଥାନରେ ନୁହେଁ  ବରଂ ଥାନା ସାମ୍ନାରେ। ଅଭିଯୋଗ କରିବାକୁ ଆସୁଥିଲେ ମହିଳା, ତେବେ ସେହି ଥାନା ସାମ୍ନାରେ ହିଁ ଅଭିଯୁକ୍ତ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରି ଫେରାର ମାରିଛି। ଏମିତି ଚାଞ୍ଚଲ୍ୟକର ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ସମ୍ମୁଖରେ। ଥାନା ସାମ୍ନାରେ ପଡିଛି ମହିଳାଙ୍କ ମୃତ ଦେହ।

ମୃତ ମହିଳା ଜଣକ ହେଲେ ଲୋଇସିଂ ଗ୍ରାମର ଦେବାନନ୍ଦ ମେହେରଙ୍କ ସ୍ତ୍ରୀ କୁମାରୀ ମେହେର। ମହିଳା ଜଣକ ଥାନାକୁ ଆସୁଥିବା  ବେଳେ ତାଙ୍କର  ସମ୍ପର୍କୀୟ ଭାଇ ତାଙ୍କୁ ହତ୍ୟା କରି ଫେରାର ମାରିଥିବା ଜଣା ପଡିଛି।  ପୂର୍ବରୁ ମହିଳାଙ୍କ ସହ ଅଭିଯୁକ୍ତର କଳହ ଲାଗି ରହିଥିବା ବେଳେ ଅଭିଯୁକ୍ତ ନାଁରେ ଅଭିଯୋଗ କରିବା ପାଇଁ ମହିଳା ଜଣକ ଥାନା ଆସୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.