ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ

Published By : Prameya-News7 Bureau | December 02, 2021 IST

କଣ୍ଟାବାଞ୍ଜି ୨।୧୨: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ଗୋବିନ୍ଦ ସାହୁଙ୍କ ଓକିଲ ମୋହନ ଶର୍ମା ଆବେଦନ କରିଥିବା ବେଳେ ଆସନ୍ତା ୬ ତାରିଖ ଜାମିନ ଆଦେବନର ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଆବେଦନ ଖାରଜ ହେବା ପରେ ଗୋବିନ୍ଦଙ୍କ ଓକିଲ ଉପର କୋର୍ଟ ଅର୍ଥାତ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଆବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.