ନାବାଳିକା ଦୁଷ୍କର୍ମ ମାମଲା; ଦୋଷୀକୁ ୨୦ ବର୍ଷ କାରାଦଣ୍ଡ ଦେଲେ ପୋକ୍ସୋ କୋର୍ଟ

Published By : Prameya-News7 Bureau | March 06, 2023 IST

ଫୁଲବାଣୀ ୦୬/୦୩: ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ଦଣ୍ଡ ସହିତ ୨୦ ହଜାର ଟଙ୍କା ଜୋରିମାନା। ଫୁଲବାଣୀ ପୋକସୋ କୋର୍ଟ ବିଚାରପତି ଏହି ମାମଲାର ସମସ୍ତ ସାଖ୍ୟ ପ୍ରମାଣ ଓ ଡାକ୍ତରୀ ମାଇନାର ରିପୋର୍ଟକୁ ଭିତ୍ତି କରି ଏହି ରାୟ ଦେଇଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି। ଏପରି ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତର ପରିଚୟ ସୁନୀଲ ସେପାକ। ସେ ରାୟଗଡ଼ା ଜିଲ୍ଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ବଡମୁଦ୍ରା ଗାଁର ବାସିନ୍ଦା।

ଖବର ଅନୁସାରେ, କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ସୁନିଲ ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ୬୧/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ସୋମବାର ମାମଲାର ବିଚାର କରି ପୋକସୋ କୋର୍ଟ ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଅସୀମ ପ୍ରହରାଜ ଏହି ମକଦ୍ଦମା ପରିଚାଳନା କରୁଥିଲେ। ସେହିପରି ନାବାଳିକାଙ୍କ ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ କୋର୍ଟ ଆଦେଶ ଦେଇଛନ୍ତିl

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.