ଦୁଷ୍କର୍ମ ମାମଲାରେ ରାୟ: ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ସହ ଜରିମାନା

Published By : Prameya-News7 Bureau | December 07, 2022 IST

ନବରଙ୍ଗପୁର ୦୭/୧୨: ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ। ଏହା ସହିତ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ। ଜରିମାନା ଅନାଦେୟ ହେଲେ ଅଧିକ ଗୋଟିଏ ବର୍ଷ ଜେଲ୍‌ ଦଣ୍ଡ ବଢ଼ିବ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତର ପରିଚୟ ସୁଧୀର ହରିଜନ। ସେ କସାଗୁମୁଡ଼ା ଥାନା ଚୁରାହାଣ୍ଡି ଗାଁର ବାସିନ୍ଦା। ନବରଙ୍ଗପୁର ଜିଲ୍ଲା ଦୌରାଜଜ୍‌ ସଞ୍ଜୀବ କୁମାର ଦୁବେ ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ବୁଧବାର ଏପରି ରାୟ ଦେଇଛନ୍ତି।

ଖବର ଅନୁସାରେ, ୨୦୨୨ ଜାନୁଆରୀ ୨୬ ରାତିରେ କୋଷାଗୁମୁଡ଼ା ଥାନା ଚୁରାହାଣ୍ଡିରେ ଏପରି ଅପରାଧିକ କାଣ୍ଡ ହୋଇଥିଲା। ଜଣେ ବିବାହିତ ମହିଳାଙ୍କ ଘରେ ପଶି ଅଭିଯୁକ୍ତ ଜଣଙ୍କ ତାଙ୍କୁ ଦୁଷ୍କର୍ମ ସହ ଅସଦାଚରଣ କରିଥିଲା। ଏନେଇ କୋସାଗୁମୁଡ଼ା ଥାନାରେ ଜାନୁଆରି ୨୭ରେ ପୀଡ଼ିତା ଏତଲା ଦେଇଥିଲେ। ଏଥିରେ ୮ ଜଣ ସାକ୍ଷି ଓ ସମସ୍ତ ପ୍ରମାଣକୁ ଭିତ୍ତିକରି ଜିଲ୍ଲା ଦୌରାଜଜ୍‌ ଅଭିଯୁକ୍ତକୁ ଏପରି ଦଣ୍ଡାଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.