ନବଦାସ ହତ୍ୟାକାଣ୍ଡ ଘଟଣା, ଝାରସୁଗୁଡ଼ା ADJ କୋର୍ଟରେ ହାଜର ହେବ ଅଭିଯୁକ୍ତ ଗୋପାଳ

Published By : Prameya-News7 Bureau | August 09, 2023 IST

ଝାରସୁଗୁଡ଼ା ୦୯।୦୮ : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ନାଁରେ ବୁଧବାର ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟରେ ଚାର୍ଜ ଫ୍ରେମ କରାଯିବ। କଡ଼ା ସୁରକ୍ଷାରେ ଚୌଦ୍ବାର ଜେଲରୁ ଝାରସୁଗୁଡ଼ା ନିଆଯିବ।ଜାନୁଆରୀ ୨୯ରେ ଗୁଳିକରି ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ ।

ଖବର ଅନୁଯାୟୀ, ଗୋପାଳ ନାଁରେ କ୍ରାଇମବ୍ରାଞ୍ଚ କରିଥିବା ଅଭିଯୋଗ ପତ୍ର ଗତ ଜୁଲାଇ ୨୬ ତାରିଖରେ ସେସନ୍ସ କୋର୍ଟରେ ଦାଖଲ ସମୟରେ ଗୋପାଳ ଦାସକୁ କୋର୍ଟରେ ହାଜର କରାଯାଇଥିଲା। ସେହିଦିନ ଏହି ମାମଲାର ଶୁଣାଣି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କରିବେ ବୋଲି ସେସନ୍ସ ଜଜ୍ ନିର୍ଦ୍ଦେଶ ଦେଇଥିଲେ । ଆଜି ଗୋପାଳ ନାଁରେ ଚାର୍ଜଫ୍ରେମ କରିବାକୁ ଅଦାଲତ ଦିନ ଧାର୍ଯ୍ୟ କରିଥିଲେ। ସେଥିପାଇଁ କଡା ସୁରକ୍ଷା ବଳୟରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ୱାର ଜେଲରୁ ଝାରସୁଗୁଡ଼ା ଅଣାଯାଇଛି। ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି ।

wp:html /wp:html

ଏହାରି ଭିତରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକଣ୍ଡ ସମ୍ପର୍କରେ ଅନ୍ତରୀଣ ଚାର୍ଜସିଟ କୋର୍ଟରେ ମେ ୨୬ ତାରିଖରେ ଦାଖଲ କରି ସାରିଛି କ୍ରାଇମବ୍ରାଞ୍ଚ । ଗତ ଜୁଲାଇ ୧୩ ତାରିଖରେ ଗୋପାଳକୁ JMFC କୋର୍ଟରେ ପ୍ରଥମ ଥର ପାଇଁ ହାଜର କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଚୌଦ୍ୱାର ଜେଲରେ ରଖାଯାଇ ଥିବା ବେଳେ ଆଜି ତୃତୀୟ ଥର ପାଇଁ କୋର୍ଟରେ ହାଜିରା ଦେବାକୁ ଅଣାଯାଉଛି। ଗୋପାଳ ନାଁରେ ଆଜି ଚାର୍ଜଫ୍ରେମ ହେବା ପରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ।

wp:embed {"url":"https://www.prameyanews7.com/glenn-mcgraths-semi-finalists-of-2023-world-cup/","type":"wp-embed","providerNameSlug":"prameya-news-7"}
https://www.prameyanews7.com/glenn-mcgraths-semi-finalists-of-2023-world-cup/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.