ପୋଲିସକୁ ଚକମା ଦେଇ ଯୋଡ଼ା ଥାନାରୁ ଚମ୍ପଟ ମାରିଛି ଅଭିଯୁକ୍ତ

Published By : Prameya-News7 Bureau | November 06, 2018 IST

ବଡ଼ବିଲ ୬/୧୧ : ଥାନାରୁ ଚମ୍ପଟ ମାରିଛି ଅଭିଯୁକ୍ତ । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼। ଥାନାରେ । ଅଭିଯୁକ୍ତ ଜଣକ ହେଉଛି ଝାଡ଼ଖଣ୍ଡ ନୂଆମୁଣ୍ଡି ଅଂଚଳର ମୋଟୁ ମାଝୀ । ଏକ ହାଇଭା ଟ୍ରକ୍ ଲୁଟ ଘଟଣାରେ ନୂଆମୁଣ୍ଡି ପୋଲିସ ସହାୟତାରେ ଅଭିଯୁକ୍ତ ମୋଟୁ ମାଝୀ ଏବଂ ଅନ୍ୟ ୨ ଜଣ ଏମଡି ମୁସାଫିର ଓ ଛୋଟୁ ଅନସାରୀକୁ ଯୋଡ଼। ପୋଲିସ ଗିରଫ କରିଥିଲା । ତେବେ ଏମାନଙ୍କ ମଧ୍ୟରୁ ଅଭିଯୁକ୍ତ ମୋଟୁ ମାଝୀ କୌଶଳ କ୍ରମେ ଯୋଡ଼। ଥାନାରୁ ଚମ୍ପଟ ମାରିଛି । ଘଟଣା ପରେ ଯୋଡ଼। ପୋଲିସ ମୋଟୁକୁ ଧରିବା ପାଇଁ ତନାଘନା ଚଳାଇଛି । ତେବେ କେଉଁ ପରିସ୍ଥିତିରେ ମୋଟୁ ପୋଲିସକୁ ଚକମା ଦେଇ ଥାନାରୁ ଚମ୍ପଟ ମାରିଲା ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ, ଥାନାରେ ଥିବା ପୋଲିସ କର୍ମଚାରୀଙ୍କ ଅବହେଳା ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି । ଏନେଇ ମଧ୍ୟ ପୋଲିସ ଖୋଲତାଡ଼ ଚଳାଇଛି । ପ୍ରକୃତରେ ମୋଟୁ କେତେବେଳେ ଥାନାରୁ ଚମ୍ପଟ ମାରିଲା ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ, ଆଜି ବଡ଼ି ଭୋର ସମୟରେ ଚମ୍ପଟ ମାରିଛି ବୋଲି ଯୋଡ଼। ଥାନା ଆଇଆଇସି ମନୋଜ ରାଉତ ସୂଚନା ଦେଇଛନ୍ତି । ମୋଟୁ ନାଁରେ ଝାଡ଼ଖଣ୍ଡ ଓ ଓଡ଼ଶାରେ ଚୋରି, ଲୁଟ ଭଳି ଅନେକ ଅପରାଧତ୍କ ମାମଲା ରହିଥିବା ଜଣାପଡ଼ଛି । ଗତ ୧ ତାରିଖ ରାତିରେ ଦେଓଝର ନିକଟରୁ ବଡ଼ ହୁଣ୍ଡୁଳା ଗ୍ରାମର ରାମଚନ୍ଦ୍ର ବହେରାଙ୍କ ହାଇଭା ଟ୍ରକ ଓଡି ୦୯ ସି ୬୪୪୧ର ଡ୍ରାଇଭର ଓ ହେଲପରଙ୍କୁ ୫ ଜଣ ଦୁର୍ବୁର୍ତ୍ତ ମାରଣାସ୍ତ୍ର ଦେଖାଇ ହାଇଭାକୁ ଲୁଟି ନେଇଥିଲେ ଏବଂ ଝାଡ଼ଖଣ୍ଡର ଡୁମକା ଜିଲ୍ଲା ରାମପୁର ଅଂଚଳରେ ବିକ୍ରି କରିଥିଲେ । ଯୋଡ଼। ପୋଲିସ ଉକ୍ତ କାଇଭା ଟ୍ରକ୍ ଲୁଟ୍ ଘଟଣାର ତଦନ୍ତ କରି ଝାଡ଼ଖଣ୍ଡରୁ ୩ ଜଣଙ୍କୁ ଆଣି ପଚରା ଉଚୁରା ପରେ ସେମାନଙ୍କ ସୂଚନା ଅନୁଯାୟୀ ହାଇଭା ଗାଡିଟିକୁ ଉଦ୍ଧାର କରିଥିଲେ । ମାତ୍ର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ମୋଟୁ ମାଝୀ ଥାନାରୁ ଚମ୍ପଟ ମାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.