WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ୍‌, ନାବାଳିକା ଅପହରଣ ମାମଲାରେ ବାନ୍ଧିଥିଲା ପୋଲିସ

25/09/2023 at 10:23 AM

ଦେବଗଡ଼ ୨୫।୦୯ : ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ । ନାବାଳିକ ଅପହରଣ ଅଭିଯୁକ୍ତଙ୍କ ଚମ୍ପଟ ମାରିଛି । ଦେବଗଡ଼ ସବ୍‌ ଜେଲ୍‌ ସମ୍ମୁଖରୁ ଅଭିଯୁକ୍ତ କୁଣ୍ଢେଇଗୋଳା ଥାନା ଆଉଁଳୀ ଗାଁର ସୁମନ ବେହେରା ଫେରାର ହୋଇଛି ।

ଖବର ଅନୁଯାୟୀ, ନାବାଳିକା ଅପହରଣ ମାମଲାରେ କୁଣ୍ଢେଇଗୋଳା ଥାନା ଆଉଁଳୀ ଗାଁର ସୁମନ ବେହେରାକୁ ଗିରଫ କରିଥିଲା ପୋଲିସ । ଏହାପରେ କୋର୍ଟରେ ହାଜର ଲାଗି ନେଇଥିଲା ପୋଲିସ । ସେଠାରେ ଜାମିନ ନାମଞ୍ଜୁର ହେବାରୁ ପୁଣି ଜେଲ୍‌କୁ ନେଉଥିଲା ପୋଲିସ । ହେଲେ ସବ୍‌ ଜେଲ୍‌ ସମ୍ମୁଖରୁ ସୁଯୋଗ ଦେଖି ଚମ୍ପଟ ମାରିଥିଲା ଅଭିଯୁକ୍ତ ସୁମନ ବେହେରା । ଅଭିଯୁକ୍ତ ଫେରାର ହେବା ନେଇ ଦେବଗଡ଼ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ପୋଲିସ ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଛି ।

   Related Posts