ପ୍ରଥମେ ମା ଓ ପରେ ଭଉଣୀଙ୍କୁ ବିଭତ୍ସ ହତ୍ୟା; କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ; କାନ୍ଦି କାନ୍ଦି ଗୁହାରି କଲେ ମହିଳା
26/03/2023 at 11:20 AM

ଭଦ୍ରକ ୨୬/୦୩: କ୍ରମାଗତ ଅପରାଧ ଘଟାଇଲେ ଅପରାଧି। ହେଲେ ପୋଲିସ ପାଖରେ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ। ଫଳରେ ଅଭିଯୋଗକାରିଣୀ ଜଣଙ୍କ ଏସପିଙ୍କ ଭେଟି ତାଙ୍କ ଦୁଃଖ ଜଣାଇଛନ୍ତି। ପ୍ରଥମେ ଦୁର୍ବୃତ୍ତ ତାଙ୍କ ଭଉଣୀଙ୍କୁ ହତ୍ୟାକଲେ। କେବଳ ସେତିକି ନୁହେଁ ତାପରେ ତାଙ୍କ ମାଙ୍କୁ ମଧ୍ୟ ଅଭିଯୁକ୍ତମାନେ ଅପହରଣକରି ଦୁଷ୍କର୍ମ ପରେ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି ବୋଲି ସେ କହିଛନ୍ତି। ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅଧୀନ ଛେଡ଼ାଗ ଗାଁରେ ଘଟିଛି।

ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଛେଡ଼ାଗ ଗାଁର ବାସିନ୍ଦା ଦେବେନ୍ଦ୍ର ଦାସଙ୍କ ଝିଅ ସସ୍ମିତା। ତାଙ୍କ କହିବା ଅନୁସାରେ ତାଙ୍କ ଭଉଣୀଙ୍କୁ ପ୍ରଥମେ ପେଟ୍ରୋଲ୍ ଢାଳି ପୋଡ଼ି ହତ୍ୟା କରିଥିଲେ। ପରେ ତାକୁ ଆତ୍ମହତ୍ୟା ରୂପ ଦେବାକୁ ତାଙ୍କ ମୃତଦେହକୁ ରେଳ ଧାରଣାରେ ପକାଇଦେଇଥିଲେ। ପରେ ଏନେଇ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରେ କାନ୍ଦି କାନ୍ଦି ଏପରି ଅଭିଯୋଗ କରିଛନ୍ତି ସେ।

ଖବର ଅନୁସାରେ, ଦେବେନ୍ଦ୍ର ଦାସଙ୍କ ପତ୍ନୀ ଚୁନି ଦାସଙ୍କୁ ସେହି ଗ୍ରାମର କିଛି ଲୋକ ଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତ ୨ ତାରିଖରୁ ବାଂଶଡା ଥାନାରେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ। ସେଥିପାଇଁ ରବିବାର ଏସପିଙ୍କୁ ଫେରାଦ ଦେବା ସହିତ ସହ ତୁରନ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି ମୃତକଙ୍କ ଝିଅ। ଯଦି ପୋଲିସ ଠାରୁ ନ୍ୟାୟ ନମିଳେ ତାହେଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ଦେବେନ୍ଦ୍ରଙ୍କ ଝିଅ ସସ୍ମିତା।