ପୂର୍ବ ଶତୃତାରୁ ନାରକୀୟ କାଣ୍ଡ; ଘରେ ପଶି ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | January 24, 2023 IST

ଫୁଲବାଣୀ ୨୪/୦୧ : ଘରେ କେହି ନଥିବାର ସୁଯୋଗ ନେଇ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ଏନେଇ ପୀଡ଼ିତା ଜଣଙ୍କ ସଦର ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବ ଶତୃତାକକୁ କେନ୍ଦ୍ର କରି ଏପରି ଅଭିଯୁକ୍ତମାନେ ଏପରି ନାରକୀୟ କାଣ୍ଡ ଘଟାଇଥିବା ଜଣାପଡ଼ିଛି। ୭ରୁ ୮ ଜଣ ଦୁର୍ବୃତ୍ତ ପୀଡ଼ିତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିବାକୁ ତାଙ୍କ ଅଭିଯୋଗକାରିଣୀଙ୍କ ଘରକୁ ଆସିଥିଲେ। ତାଙ୍କ ସ୍ୱାମୀ ଘରେ ନଥିବାରୁ ସେମାନେ ପୀଡ଼ିତାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏପରି ଲୋମହର୍ଷଣକାରୀ ଘଟଣା କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କେରେଡି ଗାଁରେ ଦେଖିବାକୁ ମିଳିଛି।

ଖବର ଅନୁସାରେ, ଗତକାଲି ବା ସୋମବାର ରାତିରେ ସ୍ୱାମୀ ନ ଥିବା ସୁଯୋଗରେ ୭/୮ ଜଣ ଯୁବକ ଘର ଭିତରକୁ ହଠାତ ପଶି ଆସି ବାଇକ ଓ କାର ଆଦି ଭାଙ୍ଗିବା ସହ ମହିଳାଙ୍କୁ ଖରାପ ବ୍ୟବହାର କରିଥିଲେ। ଏହା ସହିତ ସେମାନେ ଦୁଷ୍କର୍ମ କଲାବେଳେ ଦେଢ଼ଶାଶୁ ଘରକୁ ଆସିଥିଲେ ଆଉ ତାଙ୍କୁ ମଧ୍ୟ ଯୁବକମାନେ ଆକ୍ରମଣ କରିଥିଲେ। ଏନେଇ ସଦର ଥାନାଧିକାରୀ ଅଭିଯୋଗ ନମ୍ୱର ୧୨/୨୦୨୩ ମୂଳେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ପୁର୍ବ ଶତୃତାରୁ ଏଭଳି କାଣ୍ଡ ହୋଇଥିବା ସଦର ଥାନା ଅଧିକାରୀ ଜଣାଇଛନ୍ତି।

ସେହିପରି ଫୁଲବାଣୀ ସହରରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା ଅଭିଯୁକ୍ତ । ଏନେଇ ଅଭିଯୋଗ କଲେ ଦୁର୍ବୃତ୍ତ ଜଣଙ୍କ ହତ୍ୟା ଧମକ ଦେଉଥିବା ଜଣାପଡ଼ିଛି। ଏନେଇ ଟାଉନଥାନାରେ ଏକ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରୁନଥିବା ନେଇ ପୀଡିତା ଅଭିଯୋଗ କରିବା ସହ ଆରକ୍ଷି ଅଧିକ୍ଷକଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.