LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ; ଗୁରୁତର ଭାବେ ମେଡ଼ିକାଲ୍‌ରେ ଭର୍ତ୍ତି

28/03/2023 at 4:41 PM

ଆନନ୍ଦପୁର ୨୮/୦୩: ଟଙ୍କା ଦେଣନେଣକୁ କେନ୍ଦ୍ରକରି ବଚସା। ପରେ ଏହା ଉଗ୍ରରୂପ ନେବାରୁ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବିରଗୋବିନ୍ଦପୁର ଗାଁରେ ଘଟିଛି। ଆକ୍ରମଣର ଶୀକାର ମହିଳାଙ୍କୁ ଗୁରୁତର ଭାବେ ପୋଲିସ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଏହା ସହିତ ଏନେଇ ଅଧିକ ତନାଘନା ଆରମ୍ଭ କରିଛି।   

ଖବର ଅନୁସାରେ, ଗାଁର ଚିତରଞ୍ଜନ ଦାସଙ୍କ ସହ ଅନ୍ଯ ଏକ ପରିବାର ଟଙ୍କା ଧାର ସୂତ୍ରରେ ନେଣ ଦେଣ କରନ୍ତି। ଏହି ଘଟଣାକୁ ନେଇ ପୂର୍ବରୁ ଉଭୟ ପରିବାର ମଧ୍ଯରେ ବିବାଦ ଲାଗି ଥିଲା ଥାନାରେ ମାମଲା ମଧ୍ଯ ରହିଛି। ମଙ୍ଗଳବାର ଚିତରଞ୍ଜନଙ୍କ ପତ୍ନୀ ମାନିନି ଟ୍ୟୁବ୍‌ୱେଲ୍‌କୁ ପାଣି ପାଇଁ ଯାଇଥିଲେ। ସେହି ସମୟରେ ପୂର୍ବକଥାକୁ ନେଇ ପ୍ରତିପକ୍ଷ ପରିବାରଙ୍କ ତାଙ୍କର ବଚସା ହୋଇଥିଲା।  ପରେ ଏହା ଉଗ୍ରରୂପ ନେବାପରୁ ପ୍ରତିପକ୍ଷ ପରିବାର ଲୋକମାନେ ମିଶି ମାନିନିଙ୍କୁ ଆକ୍ରମଣ କରିଥିଲେ ବୋଲି ସ୍ବାମୀ ଚିତରଞ୍ଜନ କହିଛନ୍ତି।

   Related Posts