oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ରାତିରେ ପରିସ୍ରା କରିବାକୁ ଉଠିଥିବା ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ମାମଲାରେ ଦୋଷୀ ସାବ୍ୟସ୍ତ କଲା କୋର୍ଟ, ଜଣକୁ ଆଜୀବନ ଜେଲଦଣ୍ଡ

13/02/2019 at 4:24 PM

ହିସାର ୧୩/୨ – ଜଣେ ନାବଳିକାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଜଣକୁ ଆଜୀବନ ଜେଲଦଣ୍ଡ । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା କଥା ଜଣାଯାଇଛି ।

ଏହି ଦୁଷ୍କର୍ମ ଘଟଣା ଅକ୍ଟୋବର ମାସ ୨୯ ତାରିଖ ୨୦୧୭ ମସିହାରେ ହିସାରର ଏକ ଗାଁରେ ଘଟିଥିଲା । ପୀଡ଼ିତାଙ୍କ ବାପା ଏନେଇ ଥାନାରେ କରିଥିଲେ ଅଭିଯୋଗ ।

୩୦ ତାରିଖରେ ଜଣେ ଲୋକ ତାଙ୍କ ଝିଅ ଅପହରଣ ହୋଇଥିବା ନେଇ ଥାନାରେ ଆଣିଥିଲେ ଅଭିଯୋଗ । ରାତିରେ ସମସ୍ତେ ଶୋଇଥିବା ବେଳେ ଘଟି୍‌ଥିଲା ଏହି ଘଟଣା । ଜଣେ ସଂପର୍କୀୟଙ୍କ ବିବାହ ଭୋଜିରେ ଯୋଗଦେବାକୁ ଘରେ ତାଙ୍କ ସ୍ତ୍ରୀ, ଅନ୍ୟ ସଦସ୍ୟମାନେ ଚାଲିଯାଇଥିଲେ । କେବଳ ସେ ଓ ତାଙ୍କ ୧୭ ବର୍ଷ ବୟସ୍କ ଝିଅ ସେହିଦିନ ଘରେ ଥିଲେ । ଝିଅ ଶୋଇବା ପାଇଁ ଉପରଘରକୁ ଚାଲିଯିବା ବେଳେ ନିଜେ ତଳ ଘରେ ଶୋଇଥିଲେ । କିନ୍ତୁ ରାତି ୧୨.୩୦ ସମୟରେ ଉଠି ଦେଖିଥିଲେ ତାଙ୍କ ଝିଅ ଶୋଇବାଘରେ ନଥିଲା । ଚାରିଆଡ଼େ ଖୋଜାଖୋଜି ପରେ କୌଣସି ଜାଗାରେ ସେ  ପାଇ ନଥିଲେ ।

ଝିଅକୁ କେହି ଅପହରଣ କରିନେବା ଅଭିଯୋଗରେ ଥାନାରେ ଦେଇଥିଲେ ଏତାଲା । କିନ୍ତୁ ୨ ଦିନ ପରେ ଝିଅ ଘରକୁ ଫେରି ଯେଉଁ କଥା କହିଥିଲା ଶୁଣି ମୁଣ୍ଡ କିଛି କାମ କରି ନଥିଲା ତାଙ୍କର ।

ଝିଅ କହିଥିଲା, ସେ ଶୋଇବାକୁ ଉପର ଘରକୁ ଚାଲିଯାଇଥିଲା ।  ରାତିରେ ପରିସ୍ରା ଲାଗିବାରୁ କବାଟ ଖୋଲି ବାହାରକୁ ଆସିଥିଲେ । ପୂର୍ବରୁ ଅନ୍ଧାରରେ ତାଙ୍କ ଗାଁର  ଦିଲ୍ଲୀପ ନାମକ ଜଣେ ଯୁବକ ଲୁଚି ବସିଥିଲେ । ସେ ବାହାରକୁ ଆସିବା ପରେ ମୁହଁରେ ସେଲୋ ଟେପ ଲଗାଇ ଟେକି ନେଇଥିଲେ । ଦିଲ୍ଲୀପ ସହିତ ଗାଁର ଆଉ ତିନି ଜଣ ଯୁବକ ବି ଥିଲେ ।

ତାଙ୍କୁ ଅପହରଣ କରିନେବା ପରେ ଗୋଟିଏ ବନ୍ଦ କୋଠରିରେ ରଖି ଜଣେ ପରେ ଜଣେ କରିଥିଲେ ଦୁଷ୍କର୍ମ । ସେ ୪ଜଣ ଯୁବକଙ୍କ ଅତ୍ୟାଚାରରେ ହୋଇ ପଡ଼ିଥିଲେ ବେହୋସ । ସକାଳୁ ଉଠିବା ପରେ ଦେଖିଲେ ତାଙ୍କୁ ବାହାରୁ ଚାବି ଦେଇ ସେମାନେ ଚାଲିଯାଇଥିଲେ । ସେ ଯେତେ ଚିତ୍କାର କଲେ ମଧ୍ୟ କେହି କବାଟ ଖୋଲି ନଥିଲେ ।

ସେମାନେ ପୁଣି ଫେରିଆସିଥିଲେ ।  ଦିଲ୍ଲୀପ ସହିତ ତାଙ୍କ ବନ୍ଧୁମାନେ ମଧ୍ୟ  ଲଗାତର ଦୁଷ୍କର୍ମ କରିଥିବା କଥା କହିଛନ୍ତି ନାବାଳିକା । ଦୁଇଦିନ କାଳ ଦୁଷ୍କର୍ମ କରିବା ପରେ ତାଙ୍କ ଘର ପାଖରେ ଛାଡ଼ିଦେଇ ଆସିଥିଲେ ।

ପୋଲିସ ଦିଲ୍ଲୀପକୁ ଗିରଫ କରିଥିଲେ ମଧ୍ୟ ସର୍ତ୍ତମୂଳକ ଜାମିନରେ ଛାଡ଼ିଦେଇଥିଲେ । କିନ୍ତୁ ଏହି ଘଟଣାରେ କୋର୍ଟ ଦିଲ୍ଲୀପଙ୍କୁ ଆଜୀବନ କାରାଦଣ୍ଡାଦେଶ କରିଛନ୍ତି ।

   Related Posts