ବନ୍ଧାହେଲା ଧ୍ରୁତ ବାରିକ : ଯୁବକଙ୍କ ଚୁଟି କାଟିବା ବେଳେ କାଟିନେଇଥିଲା ୧୨ଗ୍ରାମର ସୁନା ଚେନ୍

Published By : Prameya-News7 Bureau | December 27, 2021 IST

ଭୁବନେଶ୍ବର ୨୭।୧୨: ରାଜଧାନୀରେ ଅଭିନବ ଉପାୟରେ ଲୁଟ୍ । ଲୁଟେରାକୁ ବାନ୍ଧିଛି କମିସନରେଟ୍ ପୋଲିସ । ଚୁଟି କାଟୁ କାଟୁ ଗ୍ରାହକର ସୁନାଚେନ୍ କାଟିନେଇଥିବା ଜଣେ ଧ୍ରୁତ ବାରିକକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲା ଭରତପୁର ଲେନ୍‌-୪ର ନାରାୟଣ ଡାକୁଆ । ପୋଲିସ ତା’ଠାରୁ ୧୨ ଗ୍ରାମର ଏକ ସୁନା ଚେନ୍ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ନାରାୟଣ ଡୁମୁଡୁମା ଫେଜ୍-୨ରେ ଥିବା ଏସ୍‌ଆର୍‌କେ ସେଲୁନରେ କାମ କରେ । ଗତ ୨୫ ତାରିଖରେ ସୌମ୍ୟରଞ୍ଜନ ପଣ୍ଡା ନାମକ ଜଣେ ଯୁବକ ଚୁଟି କାଟିବାକୁ ଉକ୍ତ ସେଲୁନକୁ ଯାଇଥିଲେ । ସୌମ୍ୟଙ୍କ ଚୁଟି କାଟୁ କାଟୁ ଅତି ଚତୁରତାର ସହ ତାଙ୍କ ବେକରୁ ୧୨ଗ୍ରାମର ସୁନା ଚେନ୍‌ଟିକୁ କାଟି ନେଇଥିଲା ନାରାୟଣ । ପରେ ଏନେଇ ସୌମ୍ୟ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଏତଲା ଆଧାରରେ ପୋଲିସ ଘଟଣାର ତଦନ୍ତ କରି ନାରାୟଣକୁ ଗିରଫ କରିବା ସହ ତା’ ନିକଟରୁ ଚୋରି ସୁନା ଚେନ୍ ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.