ବାପ-ପୁଅଙ୍କୁ ଆକ୍ରମଣ କରି ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | December 20, 2022 IST

ନୀଳଗିରି ୨୦/୧୨: ଉଦଳା-ଶେରଗଡ଼ ରାସ୍ତା ଭାଲୁକାଶୁଣି ଜଙ୍ଗଲରେ ବାପା ପୁଅଙ୍କୁ ଆକ୍ରମଣ କରି ଲୁଟିନେଲେ ୩ ଲକ୍ଷ ୧୫ ହଜାର ଟଙ୍କା ଲୁଟ୍‌। ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଲୁଟ୍‌ର ଶୀକାର ହୋଇଥିବା ଦୁଇ ବ୍ୟକ୍ତିଙ୍କ ପରିଚୟ ପ୍ରଭାକର ତ୍ରିପାଠୀ (ବାପା) ଓ ରାମଚନ୍ଦ୍ର ତ୍ରିପାଠୀ (ପୁଅ)। ସେମାନେ ମାଟିଆଳି ଅଞ୍ଚଳର ବାସିନ୍ଦା।

ଖବର ଅନୁସାରେ, ପ୍ରଭାକର ତାଙ୍କ ପେନସନ ଉଠାଇ ତାଙ୍କ ପୁଅ ରାମଚନ୍ଦ୍ର ସହିତ ନୀଳଗିରିରୁ ଘରକୁ ଫେରୁଥିଲେ। ଏହି ସମୟରେ ୩ ଜଣ ଅଭିଯୁକ୍ତ ତାଙ୍କୁ ବନ୍ଧୁକ ଦେଖାଇ ଅଟକାଇ ଥିଲେ। ପରେ ଅଭିଯୁକ୍ତ ସେମାନଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡ଼ାଇଉଥିଲେ। ଏହାକୁ ରାମଚନ୍ଦ୍ର ବିରୋଧ କରିବାରୁ ସେମାନେ ତାଙ୍କୁ ଆକ୍ରମଣ କରି ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ଫଳରେ ଉଭୟଙ୍କୁ ଗୁରୁତର ଭାବେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ ନୀଳଗିରି ଥାନାରେ ଅଭିଯୋଗ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.