ମାରଣାସ୍ତ୍ର ଦେଖାଇ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ;
25/01/2023 at 11:01 PM

ନିଶ୍ଚିନ୍ତକୋଇଲି ୨୫/୦୧: ବନ୍ଧୁକ ଓ କଟୁରୀ ଲଗାଇ ୬ ଜଣ ଦୁର୍ବୃତ୍ତ ଲୁଟି ନେଲେ ୧୩ ହଜାର ୫୦୦ ଟଙ୍କା, ୨ ଟି ସୁନା ରୁଲି କାଚ ଓ ଅଫିସର କାଗଜପତ୍ର। ଏପରି ଘଟଣା କେନ୍ଦ୍ରାପଡା ରାସ୍ତାର ଅସୁରଶ୍ୱର ଛକ ପାଖରେ ଅପରାହ୍ନ ସମୟରେ ଘଟିଛି। ଏନେଇ ନିଶ୍ଚିନ୍ତକୋଇଲି ଥାନାରେ ଲୁଟ୍ର ଶୀକାର ହୋଇଥିବା ବ୍ୟକ୍ତି ଅଭିଯୋଗ କରିଛନ୍ତି। ତାଙ୍କ ପରିଚୟ ବୀରକିଶୋର ଜେନା। ସେ ମାହାଙ୍ଗା ଅଞ୍ଚଳର ବାସିନ୍ଦା।
ଖବର ଅନୁସାରେ, ବୀରକିଶୋର ସାଲେପୁରରେ ରହୁଥିଲେ। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ବୀରକିଶୋର କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରୁ ଜଣଙ୍କ ବାଇକ୍ ରେ ଲିଫ୍ଟ ମାଗି ସାଲେପୁର ଆଡ଼କୁ ଯିବାବେଳେ ଲୁଟ୍ର ଶୀକାର ହୋଇଛନ୍ତି। ବାରମ୍ବାର ଏହି ରାସ୍ତାରେ ରାହାଜାନୀ, ଛିନତାଇ ଓ ଲୁଟ୍ ଭଳି ଘଟଣା ଘଟୁଥିଲେ ମଧ୍ୟ, ଏଥିପାଇଁ ପୋଲିସର ଢିଲା ପେଟ୍ରୋଲିଂ ବ୍ୟବସ୍ଥାକୁ ଦାୟି ଅଞ୍ଚଳବାସୀ କରିଛନ୍ତି।