ପରକୀୟା ପ୍ରୀତି ସନ୍ଦେହ ନେଲା ଜୀବନ, ଯୁବକଙ୍କୁ ହତ୍ୟା କରି ପୋତିଦେଇଥିଲେ କେନାଲରେ : ଅଭିଯୁକ୍ତ ଗିରଫ

Published By : Prameya-News7 Bureau | March 14, 2020 IST

ଭଦ୍ରକ ୧୪।୩: କାଳିଆ ଓରଫ୍ ପ୍ରସନ୍ନ କୁମାର ସାହୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ଭଦ୍ରକ ଜିଲ୍ଲା ତିହିଡି ଥାନା କୋହ୍ଲ ଗାଁରେ ଯୋଜନାବଦ୍ଧ ଭାବେ କାଳିଆକୁ ଅଭିଯୁକ୍ତ ସୁକଦେବ ପାଢୀ, ଭଉଣୀ ଇତିଶ୍ରୀ ପାଢୀ ଓ ଭିଣୋଇ ଦେବେନ୍ଦ୍ର ପତି ମିଶି ହତ୍ୟା କରିଥିବା ସୂଚନା ମିଳିଛି । ପ୍ଲାଷ୍ଟିକ ଦଉଡିରେ କାଳିଆର ବେକକୁ ଚାପି ମାରିଦେବା ପରେ ଅଖାରେ ଭର୍ତ୍ତି କରି ସୁକଦେବ ବାଇକ୍ ଯୋଗେ ବିଲବାମନବିନ୍ଧା ଗାଁକୁ ନେଇ ସେଠାରେ ତାର ଦୁଇ ବଡଭାଇ ଦାମୋଦର ପାଢୀ ଓ ନାରାୟଣ ପାଢୀଙ୍କ ସହଯୋଗରେ ସ୍ଥାନୀୟ ବୈଷ୍ଣବ ଗୋହିରୀ କେନାଲରେ ପୋତିଥିଲା । ତେବେ ମୋବାଇଲ୍ ଟ୍ରାକିଂ କରିବା ପରେ ପୋଲିସ ଜଣ ଜଣକୁ ପଚରାଉଚରା କରିବା ସହିତ ଘଟଣାର ପର୍ଦ୍ଦାଫାଶ କରିଛି ।

{"id":237975,"sizeSlug":"large"}

କେବଳ ସେତିକି ନୁହେଁ ଗତ ଜାନୁଆରୀ ୨୪ ତାରିଖରୁ ପୋତିଥିବା ସ୍ଥାନକୁ ପୋତିଥିବା ଶବର ଜାଗା ଚିହ୍ନଟ କରିବା ପରେ ମେସିନ୍ ସହାୟତାରେ କାଳିଆର ମୃତଦେହ ଉଦ୍ଧାର କରିଛି ପୋଲିସ । ଗୁରୁବାର ଦିନ ସୁକଦେବ ପାଢୀକୁ ପୋଲିସ ଗିରଫ କରିଥିବା ବେଳେ ରାତିରେ ଅନ୍ୟମାନଙ୍କୁ ଜେରା କରିବା ପରେ ହତ୍ୟାକାଣ୍ଡର ସଂପୃକ୍ତି ଥିବା ଜଣାଯିବା ପରେ ସେମାନଙ୍କୁ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତମାନଙ୍କର ଡାକ୍ତରୀମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି ।

{"id":237976,"sizeSlug":"large"}

ସୂଚନାଯୋଗ୍ୟ ଯେ, ମୃତକ କାଳିଆ ନିଜ ମାମୁଁ ଘର କୋହ୍ଲରେ ରୁହନ୍ତି । ଦୀର୍ଘ ବର୍ଷ ହେଲା ଅଭିଯୁକ୍ତ ଦେବେନ୍ଦ୍ର ସହିତ କାଳିଆର ସମ୍ପର୍କ ଥିଲା । ବିବାହ ପରେ ଦେବେନ୍ଦ୍ର ଘରେ ନଥିବା ବେଳେ କାଳିଆ ଦେବେନ୍ଦ୍ରର ସ୍ତ୍ରୀ ଇତିଶ୍ରୀକୁ ଭେଟୁଥିଲା । ଯାହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ମଧ୍ୟ ହେଉଥିଲା । ଏପରିକି ଗାଁ ଲୋକଙ୍କ ମାଧ୍ୟମରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା । ପରେ କାଳିଆକୁ ଜୀବନରୁ ମାରିଦେବାକୁ ଦେବେନ୍ଦ୍ର ନିଜ ସ୍ତ୍ରୀ ଇତିଶ୍ରୀ କହିଥିବା ସୂଚନା ମିଳିଛି ।

{"id":237977,"sizeSlug":"large"}

ପରେ ଯୋଜନାବଦ୍ଧଭାବେ ଗତ ଜାନୁଆରୀ ମାସ ୨୪ ତାରିଖରେ ଇତିଶ୍ରୀ ଫୋନ୍ ଯୋଗେ କାଳିଆକୁ ନିଜ ଘରକୁ ଡକାଇଥିଲା । ପୂର୍ବ ପ୍ରସ୍ତୁତି ମୁତାବକ ସୁକଦେବ, ଇତିଶ୍ରୀ ଓ ଦେବେନ୍ଦ୍ର ମିଳିତଭାବେ ମାରିଥିଲେ ବୋଲି ପୋଲିସ ଖୁଲାସା କରିଛି ।

{"id":237978,"sizeSlug":"large"}

ଅନ୍ୟପଟେ ଏକମାତ୍ର ପୁଅକୁ ହରାଇ ବେସାହାରା ହୋଇପଡିଛନ୍ତି ମା’ ସାବିତ୍ରୀ ସାହୁ । ଭଦ୍ରକ ଜିଲ୍ଲା ଇଛାପୁର ଗାଁର ମନୋଜ ସାହୁଙ୍କ ପୁଅ ପ୍ରସନ୍ନ ସାହୁ ଓରଫ୍ କାଳିଆ ନିଜ ମା’ଙ୍କ ସହିତ ମାମୁଁ ଘର କୋହ୍ଲ ଗାଁରେ ରହୁଥିଲେ । ଗତ ଜାନୁଆରୀ ୨୫ତାରିଖ ରାତିରୁ କାଳିଆ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା । ଶେଷରେ ଚଳିତ ମାସ ୧୨ ତାରିଖରେ କେନାଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.