ନାବାଳିକାଙ୍କୁ ପ୍ରେମ ନିବେଦନ କରି ପ୍ରାଣ ହରାଇଲେ ବିବାହିତ ଯୁବକ, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | March 12, 2020 IST

କଳାହାଣ୍ଡି ୧୨।୩: ନାବାଳିକାଙ୍କୁ ପ୍ରେମ ନିବେଦନ କରି ପ୍ରାଣ ହରାଇଲେ ବିବାହିତ ଯୁବକ । ଅଭିଯୁକ୍ତ ଭାଇଙ୍କୁ ଗିରଫ କରିଛି ପୋଲିସ । ନାବାଳିକା ଭଉଣୀଙ୍କୁ ପ୍ରେମ ନିବେଦନ କରିଥିବା କାରଣରୁ ଯୁବକଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ଭାଇ । ହତ୍ୟାକାଣ୍ଡରେ ନାବାଳିକା ଭଉଣୀଙ୍କୁ ସନ୍ଦେହଘେରକୁ ନେଇଛି ପୋଲିସ ।

{"id":237101,"sizeSlug":"large"}

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଜଲତାମୁଣ୍ଡା ଗାଁରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ଗତ ୧୦ ତାରିଖରେ ଯୁବକଙ୍କ ଶବ ଉଦ୍ଧାର ହୋଇଥିଲା । ମୃତ ଯୁବକ ନକୁଳ ତାଣ୍ଡିଙ୍କ ସହ ପୋଡଶୀ ନାବାଳିକାଙ୍କର ପ୍ରେମ ସମ୍ପର୍କ ଥିଲା । ଫଳରେ ନାବାଳିକାଙ୍କ ଭାଇ ସଂପୃକ୍ତ ଯୁବକଙ୍କୁ ହତ୍ୟା କରିଥିଲେ ।

{"id":237102,"sizeSlug":"large"}

ତେବେ ପୋଲିସ ଅଭିଯୁକ୍ତ ଦିଗନ୍ତ ପୂଝାରୀଖୁ ଗିରଫ କରିଛି । ନାବାଳିକା ଭଉଣୀ ଯୁବକଙ୍କୁ ହତ୍ୟା ପରେ ଶବ ସ୍ଥାନାନ୍ତର କରିବାରେ ସହଯୋଗ କରିଥିବା ଅଭିଯୋଗରେ ଜୁଭେନାଇଲ କୋର୍ଟରେ ପୋଲିସ ହାଜର କରିବା ନେଇ ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.