scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜଧାନୀରେ ଯୁବକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ : ୮ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ

25/12/2023 at 11:52 AM

ଭୁବନେଶ୍ବର ୨୫।୧୨: ଭୁବନେଶ୍ବର ବିମାନବନ୍ଦର ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ ଘଟଣାରେ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ସେମାନଙ୍କ ନିକଟରୁ ଆକ୍ରମଣ ସମୟରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅକ୍ଷୟ ନାୟକ, ରକି ନାୟକ, ବାପି ନାୟକ ଓ ଦିନୁ ନାୟକ ଥିବା ସୂଚନା ମିଳିଛି । ରବିବାର ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଶିବା ଓ ରାକା ଆହାତ ହୋଇଥିଲେ । ଏକ ଜମି ଦଖଲକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ରାଜଧାନୀର ଜନଗହଳିପୂର୍ଣ୍ଣ ପୁରୁଣା ଏୟାରପୋର୍ଟ ଟ୍ରାଫିକ୍‌ ଛକ ନିକଟରେ ୧୦/୧୨ ଜଣ ମାରଣାସ୍ତ୍ରଧାରୀ ଯୁବକ ୨ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଥିଲେ । ଜଣେ ଗୁରୁତର ହୋଇପଡ଼ିଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିଲେ । ଗୁରୁତର ଯୁବକ ଏୟାରପୋର୍ଟ ଥାନା ଝାଡେଶ୍ୱରୀ ଝରଣାସାହିର ଶିବା ଓରଫ ମଦନ ମହାରଣା ଓ ଆହତ ହୋଇଥିବା ଯୁବକ ଶିବାଙ୍କ ସହଯୋଗୀ ୟୁନିଟ୍‌-୬ ପିଚୁ ବସ୍ତିର ରାକା ନାୟକ । ଉଭୟଙ୍କୁ ପୋଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଶିବାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା ।

ଶିବା ଓ ରାକା ରବିବାର ରାତି ପ୍ରାୟ ୯ଟା ବେଳେ ଫରେଷ୍ଟପାର୍କ ନିକଟରେ ଥିବା ଓମ୍‌ ଗ୍ୟାରେଜରେ ପହଞ୍ଚିଥିଲେ । ଗ୍ୟାରେଜ ମାଲିକ ଓମ୍‌ ପ୍ରକାଶ ସିଂହଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ତାଙ୍କୁ ହତ୍ୟା ଧମକ ଦେଇ ସେଠାରୁ ପଳାଇଥିଲେ । ସେମାନେ ଯାଇ ପୁରୁଣା ଏୟାରପୋର୍ଟ ଟ୍ରାଫିକ୍‌ ଛକ ଭାରତୀ ଟାୱାର ନିକଟ ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟର ସମ୍ମୁଖରେ ଛିଡ଼ା ହୋଇଥିଲେ । ଓମ୍‌ ପ୍ରକାଶଙ୍କୁ ଆକ୍ରମଣ ହୋଇଥିବା ଖବରପାଇ ତାଙ୍କର ୧୦/୧୨ ଜଣ ସମର୍ଥକ ବିଭିନ୍ନ ମାରଣାସ୍ତ୍ର ଧରି ୭/୮ଟି ବାଇକ୍‌ରେ ସେଠାରେ ପହଞ୍ଚିଥିଲେ । ଶିବା ଓ ରାକା କିଛି ବୁଝିବା ପୂର୍ବରୁ ସେମାନେ ଖଣ୍ଡା ଓ ଭୁଜାଲିରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ପ୍ରାଣ ବିକଳରେ ଦୌଡ଼ି ପଳାଇବା ସମୟରେ ଆକ୍ରମଣକାରୀମାନେ ଚୋଟ ପରେ ଚୋଟ ପକାଇ ଚାଲିଥିଲେ । ଏଭଳି ହଣାକଟା ଦେଖି ରାସ୍ତାରେ ଯାଉଥିବା ଲୋକେ ଭୟଭୀତ ହୋଇ ଯିଏ ଯୁଆଡ଼େ ପାରିଲେ ପଳାଇଥିଲେ । ହଣା ଖାଇ ଶେଷରେ ଶିବା ତଳେ ପଡ଼ି ଯାଇଥିଲେ । ମରି ଯାଇଥିବା ଭାବି ଆକ୍ରମଣକାରୀମାନେ ସେଠାରୁ ପଳାଇଥିଲେ ।

ସବୁଠାରୁ ବଡ଼କଥା ହେଉଛି, ସେଠାରେ ଏୟାରପୋର୍ଟ ଥାନାର ଜଣେ ପୋଲିସ ଅଧିକାରୀ ଓ ଟ୍ରାଫିକ୍‌ ପୋଲିସଙ୍କ ଉପସ୍ଥିତିରେ ଆକ୍ରମଣକାରୀମାନେ ଏଭଳି ଗୋଡ଼ାଇ ଗୋଡ଼ାଇ ହାଣି ଅନାୟାସରେ ଖସି ଯାଇଥିଲେ । ଶିବାଙ୍କ ମୁଣ୍ଡ, ହାତ, ଗୋଡ଼ ସମେତ ଶରୀରରେ ୨୦ରୁ ଅଧିକ ଚୋଟ ବାଜିଥିଲା । ରାକାଙ୍କ ହାତରେ ଚୋଟ ବାଜି ସେ ସାମାନ୍ୟ ଆହତ ହୋଇଥିଲେ । ପରେ ପୋଲିସ ଓ ସ୍ଥାନୀୟ ଲୋକେ ମିଶି ଶିବା ଓ ରାକାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

You Can Read :

   Related Posts