କୁଲଡିହା ଅଭୟାରଣ୍ୟରୁ ଶିକାରୀ ଗିରଫ; ବନ୍ଧୁକ ସହ ମୃତ ବାରହା ଜବତ

Published By : Prameya-News7 Bureau | January 20, 2023 IST

ନୀଳଗିରି ୧୯/୦୧: କୁଳଡିହା ଅଭୟାରଣ୍ୟରେ ଗୁରୁବାର ବନ୍ଧୁକ ସହ ଜଣେ ଶିକାରୀ ଗିରଫ ହୋଇଛି। ଶିକାରୀ ଠାରୁ ମୃତ ବାରହା, ବାରୁଦ, ମୋବାଇଲ ଫୋନ୍‌ ଓ ଶିକାର କରିବା ସାମଗ୍ରୀ ଜବତ କରାଯାଇଛି। ଗିରିଫ  ଅଭିଯୁକ୍ତର ପରିଚୟ ମଙ୍ଗୁଲୁ ସିଂ। ସେ ନୀଳଗିରି ଥାନା ଅଧୀନ ଶିଆଡିମାଳ ପଞ୍ଚାୟତ ଭୁଟାସିମୁଳି ଗାଁର ବାସିନ୍ଦା। ଖବର ଅନୁସାରେ, କୁଳଡିହା ଅଭୟାରଣ୍ୟ ଧୋବାଧୋବଣୀରେ ଶୀକାର କରିବା ପାଇଁ କିଛି ଶିକାରୀ ପ୍ରବେଶ କରିଥିବା  ବନ ବିଭାଗ ଜାଣି ପାରିଥିଲା। ପରେ ନୀଳଗିରି ରେଞ୍ଜର ଅନନ୍ତ କୁମାର ଜେନାଙ୍କ ତତ୍ୱବଧାନରେ ଏକଟିମ ଅଚାନକ ଚଢ଼ାଉ କରି ଶିକାରୀକୁ କାବୁ କରିଥଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.