ନୂପୁର ଶର୍ମାଙ୍କୁ ଧମକ ଦେଇଥିବା ବ୍ୟକ୍ତି ଗିରଫ, କହିଥିଲେ ଜିଭ କାଟି ଆଣିଲେ ଦେବେ ୨ କୋଟି ଟଙ୍କା

Published By : Prameya-News7 Bureau | July 09, 2022 IST

ଗୁରୁଗ୍ରାମ ୯।୭: ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ଜିଭ କାଟି ଆଣିଲେ ୨ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ହରିୟାଣା ପୋଲିସ ଅଭିଯୁକ୍ତ ଇରସାଦ ପ୍ରଧାନ ସଲାହେଡିକୁ ଗିରଫ କରିଛି। ଇରସାଦ ଜୁନ ୧୩ ତାରିଖ ଦିନ ଏକ ଭିଡିଓ ମାଧ୍ୟମରେ ଏହି ପୁରସ୍କାର ଘୋଷଣା କରିଥିଲା। ଏହି ଭିଡିଓକୁ ନେଇ ଇରସାଦ ବିରୋଧରେ ପୋଲିସ ମୋକଦ୍ଦମା ରୁଜୁ କରିଥିବା ବେଳେ ଶନିବାର ଗିରଫ କରିଛି।

ଉଲ୍ଲେଖଯୋଗ୍ୟ ଯେ ଅଭିଯୁକ୍ତ ଇରସାଦ ପ୍ରଧାନ ସଲାହେଡି ଜଣେ ୟୁ ଟ୍ୟୁବରକୁ ସାକ୍ଷାତକାର ଦେବା ଅବସରରେ ଜିଏ ବି ନୂପୁର ଶର୍ମାଙ୍କ ଜିଭକାଟି ଆଣିବ ତାକୁ ୨ କୋଟି ଟଙ୍କା ପୁରସ୍କୃତ କରାଯିବ ବୋଲି କହିଥିଲା। କୁହାଯାଉଛି ସାକ୍ଷାତକାର ଭଡିଓରେ ଅଭିଯୁକ୍ତ ନୂପର ଶର୍ମାଙ୍କ ଜିଭ ନେଇ ଆସ ଓ ୨ କୋଟି ଟଙ୍କା ନେଇଯାଅ ବୋଲି କହିଥିଲା। ଏମିତି କରି ଏବେ ପଇସା ନେଇ ଯାଅ ବୋଲି କହିଥିଲା।

ଭିଡିଓ ଭାଇରାଲ ହେବାରୁ ପୋଲିସ ଆକ୍ସନକୁ ଆସିଥିଲା। ମୋକଦ୍ଦମା ରୁଜୁ କରି ଅଭିଯୁକ୍ତର ଅନୁସନ୍ଧାନ ଆରମ୍ଭ କରିଥିଲା। ହିଂସା ଲାଗି ପୁରସ୍କାର ଘୋଷଣା ଅଭିଯୋଗରେ ଇରସାଦକୁ ଗିରଫ କରାଯାଇଥିବା ପୋଲିସ କ୍ୟାପ୍ଟେନ ବରୁଣ ସିଂଲା କହିଛନ୍ତି। ମାମଲାରେ ରାଜ୍ୟ ଗୃହମନ୍ତ୍ରୀ ଅନିଲ ଭିଜ୍ ଯେଉଁମାନେ ଦେଶର ଶାନ୍ତିରେ ବିଘ୍ନ ଘଟାଇବାକୁ ଚାହୁଁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରିବାକୁ ଘୋଷଣା କରିଥିଲେ।

ସେହିପରି ନୂପୁର ଶର୍ମାଙ୍କ ଗର୍ଦ୍ଦନ କାଟିବାକୁ ଧମକ ଦେଇଥିବା ନାସିର ନାମକ ଯୁବକକୁ ମଧ୍ୟ ପୋଲିସ ଗିରଫ କରିଛି। ନାସିର ପେଷାରେ ଜଣେ ଟେଲର ଓ ସେ ଭିଡିଓ ଜାରି କରି ଏପରି ଧମକ ଦେଇଥିଲା। ଯାହା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିବା ସହ ଅଭିଯୁକ୍ତ କୁ ଗିରଫ କରିଛି। ଏହି ପରି ଧମକ ଦେଇଥିବା ଆଜମେର ଦରଘାର ଖାଦିମ ସଲମାନ ଚିସ୍ତିକୁ ମଧ୍ୟ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.