ନକଲି ଔଷଧ ବିକ୍ରି ଅଭିଯୋଗରେ ଗିରଫ; ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୋଲିସ
18/01/2023 at 9:11 PM

ବରଗଡ଼ ୧୮/୦୧: ନକଲି ଔଷଧ ବିକ୍ରି ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ଗିରଫ ଅଭିଯୁକ୍ତର ପରିଚୟ ସୁନୀଲ ଅଗ୍ରୱାଲ। ଏପରି ଏକ ଅପରାଧିକ ଘଟଣା ବରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି। ଅଭିଯୁକ୍ତ ଜଣଙ୍କ ବରଗଡ଼ ଟାଉନ୍ର ଅଶୋକ ମେଡ଼ିକାଲ୍ ହଲ୍ କମ୍ପାନୀର ମାଲିକ। ଏନେଇ ବରଗଡ଼ ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟର ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ଖବର ଅନୁସାରେ, ରାଜ୍ୟ ସ୍ୱାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତଙ୍କ ନିର୍ଦ୍ଦେଶରେ ନକଲି ଔଷଧ ବିକ୍ରି ବନ୍ଦ କରିବାକୁ ରାଜ୍ୟର ବିଭିନ୍ନ ଔଷଧ ଦୋକାନରେ ଚଢ଼ଉ କରାଯାଉଛି। ଏହି କ୍ରମରେ ବରଗଡ଼ ଟାଉନ ହଲ୍ରେ ଥିବା ଅଶୋକ ମେଡିକାଲ ହଲରେ ବିଭାଗୀୟ ଚଢ଼ଉ ହୋଇଥିଲା। ଫଳରେ ସେଠାରେ ଥିବା ସବୁ ଔଷଧ ଜବତ ହୋଇ ଯାଞ୍ଚ ପାଇଁ ଫୋରେନସି ପରୀକ୍ଷାଗାରକୁ ପଠା ଯାଇଥିଲା।

ପରେ ଯାଞ୍ଚ ପାଇଁ ଯାଇଥିବା ଔଷଧ ନକଲି ଜଣାପଡ଼ିଥିଲା। ଫଳରେ ବରଗଡ ଡ୍ରଗ୍ସ ଇନିସ୍ପେକ୍ଟରଙ୍କ ଅଭିଯୋଗ ଅନୁସାରେ ଟାଉନ ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ତଦନ୍ତ କରି ଅଶୋକ ମେଡିକାଲ ହଲ କମ୍ପାନୀର ମାଲିକ ସୁନୀଲ ଅଗ୍ରୱାଲକୁ ବରଗଡ଼ ପୋଲିସ କରିଥିବା ଜଣାପଡ଼ିଛି