ବ୍ଲାକ୍ମେଲ୍ ପଡ଼ିଲା ମହଙ୍ଗା: ପ୍ରେମିକାର ଅଶ୍ଳିଳ ଭିଡିଓ ଭାଇରାଲ୍ କରି ଅଭିଯୁକ୍ତ ଗିରଫ
6/03/2023 at 9:23 PM

ସୋନପୁର ୦୬/୦୩: ପ୍ରେମିକାର ଅଶ୍ଳିଳ ଭିଡିଓ ଭାଇରାଲ କରି ଜେଲଗଲା ପ୍ରେମିକ। ଭିଡିଓ କଲ କରି ଅଶ୍ଳିଳ ଭିଡିଓ ରେକଡିଙ୍ଗ ପରେ ବ୍ଲାକମେଲିଂ କରିବା ଅଭିଯୋଗରେ ଗିରଫ କଲା ପୋଲିସ। ଏମିତି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା କମସରା ଫାଣ୍ଡି ଅଞ୍ଚଳରେ ଘଟିଛି।
ଖବର ଅନୁସାରେ, ପଦ୍ମନାଭ ରଣା ନାମକ ଯୁବକ କମସରା ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲା। ଏହାପରେ ସେମାନଙ୍କ ସମ୍ପର୍କ ନିବିଡ଼ ହୋଇଥିଲା। ଫଳରେ ସେମାନେ ଭିଡିଓ କଲ୍ରେ କଥା ହେଉଥିଲେ। ପରେ ଅଭିଯୁକ୍ତ ଅଶ୍ଳିଳ ଭିଡିଓ କଲକୁ ରେକଡିଂ ବ୍ଲାକ୍ମେଲ୍ କରିବା ସହ ଯୁବତୀଙ୍କୁ ଟଙ୍କା ମାଗିଥିଲା।

ସେ ଟଙ୍କା ନଦେବାରୁ ସେହି ଭିଡିଓକୁ ବିଭିନ୍ନ ସୋସିଆଲ ମିଡିଆରେ ପ୍ଲାଟ୍ଫର୍ମରେ ଅଭିଯୁକ୍ତ ପୋଷ୍ଟ କରିଥିଲା। ଗତକାଲି ପୀଡ଼ିତା ଜଣଙ୍କ ଏନେଇ ତରଭା ଥାନାରେ ଏତଲା ଦେବାପରେ ପଦ୍ମନାଭଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖମ୍ବେଶ୍ୱରୀପାଲି ଗାଁର ବାସିନ୍ଦା। ଏନେଇ ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗି ତରଭା ଥାନାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।